ଓଡିଶା

odisha

ETV Bharat / city

ବସ୍ତିରେ କୋରୋନା ସଚେତନତା କରୁଛି ସ୍ବେଚ୍ଛାସେବୀ ସଂଗଠନ - ବିଶ୍ବ ମାନବାଧିକାର ସୁରକ୍ଷା ସଂଗଠନ

ଭୁବନେଶ୍ବରର ବିଭିନ୍ନ ସାହି ବସ୍ତିରେ କୋରୋନା ସଚେତନତା କରୁଛି ସ୍ବେଚ୍ଛାସେବୀ ସଂଗଠନ । ଲୋକମାନଙ୍କୁ ସରକାରଙ୍କ କୋରୋନା ଗାଇଡଲାଇନ ମାନିବା ସହ ମାସ୍କ ପରିଧାନ ସାମାଜିକ ଦୂରତା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନା ସୃଷ୍ଟ ବିଶ୍ବ ମାନବାଧିକାର ସୁରକ୍ଷା ସଂଗଠନ। ଅଧିକ ପଢନ୍ତୁ...

ସାହି ବସ୍ତିରେ କୋରୋନା ସଚେତନତା କରୁଛି ସ୍ବେଚ୍ଛାସେବୀ ସଂଗଠନ
ସାହି ବସ୍ତିରେ କୋରୋନା ସଚେତନତା କରୁଛି ସ୍ବେଚ୍ଛାସେବୀ ସଂଗଠନ

By

Published : Jul 27, 2020, 3:20 AM IST

ଭୁବନେଶ୍ବର: ସାହି ବସ୍ତିରେ କୋରୋନା ସଚେତନତା କରୁଛି ସ୍ବେଚ୍ଛାସେବୀ ସଂଗଠନ । ଦିନକୁ ଦିନ ରାଜଧାନୀରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ଉଦବେଗ ଜନକ ପରିସ୍ଥିତ ସୃଷ୍ଟି ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ପ୍ରଶାସନ ଠାରୁ ସାଧାରଣ ଜନତା ମଧ୍ୟ ଚିନ୍ତାରେ ରହିଛନ୍ତି ।

ସାହି ବସ୍ତିରେ କୋରୋନା ସଚେତନତା କରୁଛି ସ୍ବେଚ୍ଛାସେବୀ ସଂଗଠନ

ସରକାର ବିଭିନ୍ନ କଟକଣା ଜାରି କରିବା ସହିତ ଲୋକମାନଙ୍କୁ ସଚେତନ କରାଉ ଥିଲେ ମଧ୍ୟ ଲୋକମାନେ ଏହାକୁ ମାନୁନଥିବା ଦେଖାଯାଇଛି । ରାଜ୍ୟରେ ଲୋକମାନଙ୍କୁ ମହାମାରୀ କୋରୋନାକୁ ନେଇ ସଚେତନ କରିବାକୁ ବିଶ୍ବ ମାନବାଧିକାର ସୁରକ୍ଷା ସଂଗଠନ ଆଗକୁ ଆସିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି କାର୍ଯ୍ୟକ୍ରମ କୋରୋନା ଆରମ୍ଭ ହେବା ଠାରୁ କୋରୋନାକୁ ନେଇ ସଚେତନତା କରୁଛନ୍ତି । ରାଜଧାନୀରେ ବିଭିନ୍ନ ସାହି ଓ ବସ୍ତି ଅଞ୍ଚଳରେ ଶୋଭାଯାତ୍ରା କରି ବିଭିନ୍ନ ସ୍ଲୋଗାନ ଦେଇ କୋରୋନାର ଭୟାବହତା ବିଷୟରେ ଲୋକଙ୍କୁ ସଚେତନତା କରୁଛନ୍ତି ।

ଲୋକମାନଙ୍କୁ ସରକାରଙ୍କ କୋରୋନା ଗାଇଡଲାଇନ ମାନିବା ସହ ମାସ୍କ ପରିଧାନ ସାମାଜିକ ଦୂରତା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନା ସୃଷ୍ଟ କରୁଛନ୍ତି । ଏହା ସହିତ ଗଳି ଓ ବସ୍ତି ଅଞ୍ଚଳରେ ଘର ଘର ବୁଲି ସାନିଟାଇଜ ମଧ୍ୟ କରୁଥିବା କହିଛନ୍ତି ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଅଭିନ୍ନ ହୋତା କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details