ଓଡିଶା

odisha

ETV Bharat / city

ଚିତ୍ରକଳାରେ କୋରୋନା ସଚେତନତା, ଜାତୀୟସ୍ତରରେ ପ୍ରଥମ ଓଡିଆ ଶିଳ୍ପୀ - ରାଜଧାନୀର ରାଜକିଶୋର ମହାରଣା

ଚିତ୍ରକଳାର ଶିକ୍ଷାଦାନରୁ ଲକଡାଉନରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବିଜୟ ପର୍ଯ୍ୟନ୍ତ, ଏ ହେଉଛି ରାଡଜଧାନୀର ଯୁବ ଚିତ୍ରଶିଳ୍ପୀ ରାଜକିଶୋର ମହାରଣାଙ୍କ ଯାତ୍ରା । ଲକଡାଉନରେ ଘରେ ବସି ନରହି ନିଜ ଚିତ୍ର ମାଧ୍ୟମରେ ସମାଜକୁ ସଚେତନତ କରିବାର ତାଙ୍କର ଏହି ପ୍ରୟାସ ବାସ୍ତବରେ ଖୁବ ପ୍ରଶଂସନୀୟ । ଅଧିକ ପଢନ୍ତୁ...

awareness through art, awareness through canvas, awareness through mask, rajkishor maharana of bhubaneswar, bhubaneswar latest news, ଚିତ୍ରକଳାରେ ସଚେତନତା, କାନଭାସରେ ସଚେତନତା, ମାସ୍କରେ ସଚାତନତା, ରାଜଧାନୀର ରାଜକିଶୋର ମହାରଣା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଚିତ୍ରକଳାରେ କୋରୋନା ସଚେତନତା, ଜାତୀୟସ୍ତରରେ ପ୍ରଥମ ଓଡିଆ ଶିଳ୍ପୀ

By

Published : Aug 10, 2020, 12:32 PM IST

ଭୁବନେଶ୍ବର: ପାରିବାରିକ ବୃତ୍ତିରେ ଜଣେ ଚିତ୍ର ଶିଳ୍ପୀ ହେବା ସହ ଏହାକୁ ପେଶା କରି ଏକ ସୁନାମଧନ୍ୟ ବିଶ୍ବବିଦ୍ୟାଳୟରେ ମାଷ୍ଟର ଟ୍ରେନର ଭାବେ ପିଲାମାନଙ୍କୁ ଶିକ୍ଷାଦାନ କରନ୍ତି ରାଜଧାନୀର ରାଜ କିଶୋର ମହାରଣା । ହେଲେ କୋରୋନା ମହାମାରୀ ଯୋଗୁଁ ଦେଶ ତଥା ରାଜ୍ୟରେ କଟକଣା ଲାଗୁ ହେବା ସହ ଶିକ୍ଷାନୁଷ୍ଠାନ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଛି । ଏପରି ସ୍ଥିତିରେ କୋରୋନା ମହାମାରୀ ପ୍ରତି ଲୋକଙ୍କୁ ନିଜ କଳା ମାଧ୍ୟମରେ ସଚେତନ କରିବାକୁ ଆଗେଇ ଆସିଛନ୍ତି ରାଜକିଶୋର ।

ଚିତ୍ରକଳାରେ କୋରୋନା ସଚେତନତା, ଜାତୀୟସ୍ତରରେ ପ୍ରଥମ ଓଡିଆ ଶିଳ୍ପୀ

ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ନଗର ଅଞ୍ଚଳର ଏହି ଯୁବ ଚିତ୍ରଶିଳ୍ପୀ ସବୁବେଳେ କଲେଜ ଯାଇ ପିଲାମାନଙ୍କୁ ପଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଲକଡାଉନ ଯୋଗୁଁ ଘରେ ଏକ ପ୍ରକାର ବନ୍ଦ ହୋଇ ରହିଥିଲେ । ଆଉ ଏହି ସମୟର ଘଟଣାମାନଙ୍କୁ ନେଇ ନିଜ ରଙ୍ଗ ତୂଳୀ ସାହାଯ୍ୟରେ ସେ ଆଙ୍କି ଚାଲିଥିଲେ ସଚେତନ ବାର୍ତ୍ତା ବାହକ କାନଭାସ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ଏହିପରି ଆହୁରି ଚିତ୍ର ଆଙ୍କିବାକୁ ପ୍ରେରଣା ଯୋଗାଇବା କହନ୍ତି ଶିଳ୍ପୀ ରାଜକିଶୋର ।

ତେବେ ଏହା ଭିତରେ ତାଙ୍କ କାମ କିଛି ଲୋକଙ୍କୁ ବେଶ ଭଲ ଲାଗିଥିଲା। ଆଉ ଏହି ସମୟରେ ତାଙ୍କ ପାଖକୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଅନଲାଇନ ଯୋଗେ ଆୟୋଜିତ ହେଉଥିବା ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେବାକୁ ପ୍ରସ୍ତାବ ଆସିଥିଲା । ବେଶ୍‌ କିଛି ଦିନ ଧରି ବସି ରହିବା ପରେ ସହ ସବୁବେଳେ ୱାର୍କସପ ଓ ପ୍ରଦର୍ଶନୀ ଆଦିରେ ବ୍ୟସ୍ତ ରହୁଥିବା ମଣିଷ ଏହାକୁ ଏକ ସୁଯୋଗ ଭାବି କିଛି ଚିତ୍ର ସେଥିରେ ସ୍ଥାନିତ କରିବାକୁ ପଠାଇଥିଲେ । ଆଉ ସେହି ସବୁ ଉତ୍ସବରେ ତାଙ୍କର ଏହି ସଚେତନତାମୂଳକ ଚିତ୍ର ବେଶ ପ୍ରଶଂସିତ ହେବା ସହ ତାଙ୍କୁ ସମ୍ମାନିତ ହେବାର ସୁଯୋଗ ଦେଇଛି ।

ଯେଉଁଥିରେ ଅଛି ପଞ୍ଜାବର ଚିତ୍ରକର ୟୁନିଭର୍ସିଟି ଓ ଓଡିଶାର ଲଳିତକଳା ଏକାଡେମୀ ସମେତ ଆଇ ଆମ ଆର୍ଟିଷ୍ଟ ନାମକ ଅନୁଷ୍ଠାନ ଆଦି ସାମିଲ ରହିଛି । ତେବେ ଆଗକୁ ସେ ଏହିପରି ଆହୁରି ସଚେତନତାମୂଳକ ଚିତ୍ରକଳା ପ୍ରସ୍ତୁତ କରିବା ସହିତ ଲୋକମାନଙ୍କୁ ଏହି ମହାମାରୀଠାରୁ ଦୂରେଇ ରହିବାକୁ ସତର୍କତା ଅବଲମ୍ବନ କରିବାକୁ କହିବେ ବୋଲି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details