ଓଡିଶା

odisha

ETV Bharat / city

‘କୋରୋନା ମୁକାବିଲା ପାଇଁ ସବୁ ମେଡିକାଲରେ ଡାକ୍ତର ନିଯୁକ୍ତି କରାଯାଉ’ - କୋରୋନା ଭାଇରସ

କୋରୋନା ନେଇ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରୁଛୁ । ତେବେ ପ୍ରଥମେ ଆବଶ୍ୟକ ଡାକ୍ତର ନିଯୁକ୍ତି କର । ଶୁକ୍ରବାର ବିଧାନସଭା ପରିସରରେ ସାର୍ବଜନୀନ ହାତୁ ଧୁଆ କାର୍ଯ୍ୟକ୍ରମ ପରେ କିଛି ଏପରି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଅଧିକ ପଢନ୍ତୁ...

aa
କୋରୋନା ମୁକାବିଲା ପାଇଁ ପ୍ରଥମେ ସବୁ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି କରାଯାଉ: ସାଲୁଜା

By

Published : Mar 13, 2020, 9:05 PM IST

ଭୁବନେଶ୍ବର: ବିଧାନସଭା ସମ୍ମିଳନୀ କକ୍ଷରେ କୋରୋନା ସତର୍କତା ନେଇ ଗୁରୁତ୍ତ୍ବପୂର୍ଣ୍ଣ ଆଲୋଚନା ହୋଇଯାଇଛି । କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ଓ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ପରେ ବିଧାନସଭା ପରିସରରେ ସାର୍ବଜନୀନ ଭାବରେ ଏକ ହାତ ଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ନେତା, ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଯୋଗଦେଇ ହାତ ଧୋଇଥିଲେ ।

କୋରୋନା ମୁକାବିଲା ପାଇଁ ପ୍ରଥମେ ସବୁ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି କରାଯାଉ: ସାଲୁଜା

ସମସ୍ତ ବିଧାୟକ ଓ ମନ୍ତ୍ରୀ ସାର୍ବଜନୀନ ଭାବେ ପର୍ଯାୟ କ୍ରମେ ହାତ ଧୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ କୋରୋନା ଭୂତାଣୁ ସଂକ୍ରମଣରୁ କିପରି ନିଜକୁ ସୁରକ୍ଷିତ ରଖିବେ ଏନେଇ ବିଧାୟକ ଓ ମନ୍ତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏହାସହ ପ୍ରତ୍ୟେକେ ବିଧାୟକମାନଙ୍କୁ ଗାଇଡଲାଇନ ମଧ୍ୟ ପ୍ରଦାନ କରାଯାଇଛି । ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ତରଫରୁ କୋରୋନା ମୁକାବିଲା ନେଇ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ମାର୍ଚ୍ଚ 29 ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ ରଖାଯାଇଛି । ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କୁ କିପରି ସଚେତନ କରିବେ ଏନେଇ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ନିଜ ପ୍ରତିକ୍ରିୟାରେ କହିଛନ୍ତି 29 ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି), ପ୍ରତି ଜିଲ୍ଲାମାନଙ୍କରେ ଯେତିକି ଡାକ୍ତର ରହିବା ଦରକାର ସରକାର ପ୍ରଥମେ ଡାକ୍ତର ନିଯୁକ୍ତି କରନ୍ତୁ । ଅନେକ ଡାକ୍ତରଖାନାରେ ରୋଗୀମାନଙ୍କୁ କମ୍ପାଉଣ୍ଡରମାନେ ଦେଖୁଛନ୍ତି । ତେଣୁ ରାଜ୍ୟ ସରକାର ପ୍ରଥମେ ସେଥିପ୍ରତି ଦୃଷ୍ଟି ଦେବା ଦରକାର । ଏହାସହ ସେ କହିଛନ୍ତି ଯେ ଗାଇଡଲାଇନ ଅନୁସାରେ ଲୋକଙ୍କୁ ଆମେ ସଚେତନ କରିବୁ। ସଫାସୁତୁରା ରହିବା ସହ ହାତ ଧୋଇବା ପାଇଁ ପରାମର୍ଶ ଦେବୁ । କିନ୍ତୁ ଏହା ଚିନ୍ତାର ବିଷୟ ଯେ ଯଦି କୌଣସି ବ୍ୟକ୍ତି କୋରୋନାରେ ପଜେଟିଭ ଚିହ୍ନଟ ହୁଅନ୍ତି ତେବେ ତାଙ୍କୁ କେଉଁଠି ଭର୍ତ୍ତି କରିବୁ । ତେଣୁ ପ୍ରଥମେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା, ସିଏଚସିରେ ଡାକ୍ତର ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details