ଓଡିଶା

odisha

ETV Bharat / city

ରବିବାର ଲକ୍‌ଡାଉନ: କ’ଣ ଖୋଲା କ’ଣ ବନ୍ଦ ? ଜାଣନ୍ତୁ - corona awareness

କରୋନା ଭାଇରସର ସଫଳ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ । ଜନତା କର୍ଫ୍ୟୁ ପାଳନ କରିବା ସହ ରବିବାର ଠାରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ଜିଲ୍ଲାର ୮ଟି ସହରରେ ଲକ୍ ଡଉନ୍ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

corona awareness guidelines
ଲକ୍ ଡାଉନ

By

Published : Mar 21, 2020, 9:54 PM IST

ଭୁବନେଶ୍ବର: କରୋନା ଭାଇରସର ସଫଳ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିବା ସହ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ନରେନ୍ଦ୍ର ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ଦେଇଥିବା ବେଳେ ଓଡ଼ିଶାରେ କୋରୋନା ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନତା କର୍ଫ୍ୟୁ ପାଳନ କରିବା ସହ ରବିବାର ଠାରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ଜିଲ୍ଲାର ୮ଟି ସହରରେ ଲକ୍ ଡଉନ୍ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୨୨ ମାର୍ଚ୍ଚ ରୁ ୨୯ ମାର୍ଚ୍ଚ ଯାଏ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

ଲକ୍ ଡାଉନ

କଣ ବନ୍ଦ ରହିବ ?

୧. ପବ୍ଲିକ ଟ୍ରାନ୍ସପୋର୍ଟରେ କଟକଣା

୨. ରାସ୍ତାରେ ଟାକ୍ସି କିମ୍ବା ଅଟୋ ଗଡିବାରେ ମଧ୍ୟ ପ୍ରତିବନ୍ଧକ । କେବଳ ରେଲୱେ ଷ୍ଟେସନ, ହସ୍ପିଟାଲ ଓ ବିମାନ ବନ୍ଦରୁ ଆସୁଥିବା ଗାଡିକୁ ବାଦ

୩. ସମସ୍ତ ଦୋକାନ, ବ୍ୟବସାୟୀକ ପ୍ରତିଷ୍ଠାନ ଫ୍ୟାକ୍ଟ୍ରି ,ଅଫିସ ବନ୍ଦ

୪. ୫ଟି ଜିଲ୍ଲାର ୮ଟି ସହରରେ ପେନସନ ଓ ପିଡିଏସ୍ ବଣ୍ଟାଯିବାରେ କଟକଣା

5. ବିଦେଶ ଫେରନ୍ତା ଘରେ ରହିବା ବାଧ୍ୟତାମୂଳକ

ଲକ୍ ଡାଉନ
ଲକ୍ ଡାଉନ

କଣ ଖୋଲା ରହିବ ?

୧. କଲେକ୍ଟର, ସବ-କଲେକ୍ଟର ଅଫିସ୍ ,ବ୍ଲକ ଅଫିସ ଖୋଲା

୨. ଥାନା , ପୌରସଂସ୍ଥା, ମେଡିକାଲ, ଅଗ୍ନିଶମ ଅଫିସ ଖୋଲା

୩. ରେଳ, ବିମାନ ସେବା ଚାଲିବ । ଏହାସହ ସହର ସହର ମଧ୍ୟରେ ବସସେବା କେତେକ ସ୍ଥାନରେ ଚାଲିବ

୪. ବିଜୁଳି, ପାଣି, ଏଟିଏମ୍, ପୌରସେବା ମିଳିବ

୫. ଖବରକାଗଜ, ଟେଲିଭିଜନ, ଡିଜିଟାଲ ମିଡିଆ କାର୍ଯ୍ୟ ଜାରି ରଖିବେ

୬. ମୋବାଇଲ, ଡାକସେବା ଓ ଇଣ୍ଟରନେଟ ସୁବିଧା ଉପଲବ୍ଧ

୭. ଅତ୍ୟାବଶ୍ୟକୀୟ ଦ୍ରବ୍ୟ ପାଉଁରୁଟି, ପନିପରିବା, ମାଛ, ମାଂସ ଦୋକାନ ଖୋଲା

୮. ହସ୍ପିଟାଲ, ଔଷଧ ଦୋକାନ ଆଦି ଖୋଲା

୯. ପେଟ୍ରୋଲ ପମ୍ପ, ଗ୍ୟାସ ଦୋକାନ ଖୋଲା

10. ଗୋଟିଏ ସ୍ଥାନରେ ୭ଜଣ ବ୍ୟକ୍ତି ଏକାଠି ହେବାକୁ ବାରଣ । ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details