ଭୁବନେଶ୍ବର: ସାରା ବିଶ୍ବରେ କାୟା ବିସ୍ତାର କରି ଚାଲିଛି କୋରୋନା । ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଏହାକୁ ପ୍ରତିହତ କରିବା ପାଇଁ କୈଣସି ଔଷଧ ଏପର୍ଯ୍ୟନ୍ତ ବାହାରି ନାହିଁ । ତେଣୁ ବିଭିନ୍ନ ଦେଶର ସରକାର ଏହାକୁ ରୋକିବା ପାଇଁ ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଏହା ସହିତ ଅଧିକରୁ ଅଧିକ ଲୋକମାନଙ୍କୁ ସଚେତନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।
ସ୍ୟାଣ୍ଡ ଆନିମେସନରେ କୋରୋନା ସଚେତନତାର ବାର୍ତ୍ତା - corona awareness
କୋରୋନା ସଚେତନତା ପାଇଁ ଆଗେଇ ଆସିଲେ ବାଲୁକା ଶିଳ୍ପୀ । ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଦେଲେ ସଚେତନତାର ବାର୍ତ୍ତା । ଅଧିକ ପଢନ୍ତୁ....
![ସ୍ୟାଣ୍ଡ ଆନିମେସନରେ କୋରୋନା ସଚେତନତାର ବାର୍ତ୍ତା corona awareness by sand animation](https://etvbharatimages.akamaized.net/etvbharat/prod-images/768-512-6582651-thumbnail-3x2-sand-jp.jpg)
ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସଚେତନତାର ବାର୍ତ୍ତା
ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସଚେତନତାର ବାର୍ତ୍ତା
ଲୋକଙ୍କୁ ସଚେତନ କରିବା ପାଇଁ କଳାକାରମାନେ ମଧ୍ୟ ଆଗେଇ ଆସିଛନ୍ତି । ଆଉ ଏଥିରେ ଯୋଡି ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ବାଲୁକାକଳା ଶିଳ୍ପୀ ସୁବଳ ମହାରଣା। ବାଲୁକା କଳା ସହିତ ବାଲୁକା ଆନିମେସନ ମାଧ୍ୟମରେ ବିଶ୍ବକୁ ଏହି ମହାମାରୀ ଠାରୁ ଦୂରେଇ ରହିବାକୁ ବାର୍ତ୍ତା ଦେଇଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ