ଓଡିଶା

odisha

ETV Bharat / city

କୋରୋନା ସତର୍କତା: 25ରୁ ରାଜ୍ୟର ସମସ୍ତ SC-ST ସ୍କୁଲ ହଷ୍ଟେଲ ଛୁଟି - କୋରୋନା ସତର୍କତା

କୋରୋନା ସତର୍କତା: 25ରୁ ରାଜ୍ୟର ସମସ୍ତ SC-ST  ସ୍କୁଲ ହଷ୍ଟେଲ ଛୁଟି
କୋରୋନା ସତର୍କତା: 25ରୁ ରାଜ୍ୟର ସମସ୍ତ SC-ST ସ୍କୁଲ ହଷ୍ଟେଲ ଛୁଟି

By

Published : Mar 20, 2020, 5:26 PM IST

Updated : Mar 20, 2020, 6:42 PM IST

17:21 March 20

କୋରୋନା ସତର୍କତା: 25ରୁ ରାଜ୍ୟର ସମସ୍ତ SC-ST ସ୍କୁଲ ହଷ୍ଟେଲ ଛୁଟି

କୋରୋନା ସତର୍କତା: 25ରୁ ରାଜ୍ୟର ସମସ୍ତ SC-ST ସ୍କୁଲ ହଷ୍ଟେଲ ଛୁଟି

ଭୁବନେଶ୍ବର: ସାରା ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରେ ମଧ୍ୟ 2 କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି । କୋରୋନା  ଭୂତାଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ସତର୍କତା ପଦକ୍ଷେପ ନେଉଛନ୍ତି । ତେବେ ଭାଇରସ ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ସମସ୍ତ ସ୍କୁଲର ହଷ୍ଟେଲ୍‌କୁ ମାର୍ଚ୍ଚ ୨୫ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆବାସିକ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ହଷ୍ଟେଲ୍‌ ଖାଲି କରିବେ । ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟର ଯତ୍ନ ତଥା ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ପ୍ରୋତ୍ସାହନ ରୂପେ ଆଗୁଆ ତିନି ମାସର ପ୍ରାକ୍‌ ମାଟ୍ରିକ ବୃତ୍ତି ପ୍ରଦାନ କରାଯିବ ।  

ଛାତ୍ରମାନଙ୍କୁ ୨୨୫୦ ଟଙ୍କା ଏବଂ ଛାତ୍ରୀମାନଙ୍କୁ ୨୪୦୦ ଟଙ୍କା ହିସାବରେ ସହାୟତା ରାଶି ପିତାମାତା କିମ୍ବା ଅଭିଭାବକମାନଙ୍କୁ ଦିଆଯିବ । ଏହି ପଦକ୍ଷେପ ଦ୍ବାରା ସମସ୍ତ ହଷ୍ଟେଲ ଯଥା ସେବାଶ୍ରମ, ଆଶ୍ରମ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ, ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ଅନ୍ବେଷା ଏବଂ ଏଜୁକେସନ କମ୍ପ୍ଲେକ୍ସର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ଲାଭାନ୍ବିତ ହେବେ । ଏହି ସହାୟତା ରାଶି ଛାତ୍ରଛାତ୍ରୀଙ୍କ ପିତାମାତା କିମ୍ବା ଅଭିଭାବକମାନେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କଠାରୁ ଗ୍ରହଣ କରିବେ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 20, 2020, 6:42 PM IST

ABOUT THE AUTHOR

...view details