ଓଡିଶା

odisha

ETV Bharat / city

କୋରୋନା ସତର୍କତା: ପ୍ରତିଘଣ୍ଟାରେ ୮୦ ଜଣ କରୁଛନ୍ତି ରେଜିଷ୍ଟ୍ରେସନ - କୋରୋନା ସତର୍କତା

କୋରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କ ସାମ୍ବାଦିକ ସମ୍ମିଳନୀ । ପ୍ରତି ଘଣ୍ଟାରେ ବିଦେଶରୁ ଫେରୁଥିବା ୮୦ ଜଣ ନିଜର ରେଜିଷ୍ଟ୍ରେସନ କରାଉଛନ୍ତି ବୋଲି ସୂଚନା ଦେଇଛନ୍ତି ବାଗ୍‌ଚୀ । ଅଧିକ ପଢନ୍ତୁ...

କୋରୋନା ସତର୍କତା:  ପ୍ରତି ଘଣ୍ଟାରେ ୮୦ ଜଣ କରୁଛନ୍ତି ରେଜିଷ୍ଟ୍ରେସନ
କୋରୋନା ସତର୍କତା: ପ୍ରତି ଘଣ୍ଟାରେ ୮୦ ଜଣ କରୁଛନ୍ତି ରେଜିଷ୍ଟ୍ରେସନ

By

Published : Mar 18, 2020, 8:25 PM IST

ଭୁବନେଶ୍ବର: କୋରୋନା ଭାଇରସକୁ ନେଇ ସାରା ବିଶ୍ବ ଚିନ୍ତିତ ରହିଛି । ଭାରତରେ ବି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତିରେ କୋରୋନା ସହ ଲଢେଇ ପାଇଁ ସରକାର କିପରି ପ୍ରସ୍ତୁତ ହେଉଛନ୍ତି ସେନେଇ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ।

କୋରୋନା ସତର୍କତା: ପ୍ରତି ଘଣ୍ଟାରେ ୮୦ ଜଣ କରୁଛନ୍ତି ରେଜିଷ୍ଟ୍ରେସନ

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ଭାରତରେ କୋରୋନା ଭାଇରସ ସଂକ୍ରମିତ ୧୪୮ ଜଣ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶାରେ ୪୭ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୪୬ଟି ନେଗେଟିଭ ଆସିଛି । ରାଜ୍ୟର ଏକମାତ୍ର ଆକ୍ରାନ୍ତ ରୋଗୀଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ରାଜ୍ୟରେ କୋରୋନା ମୁକାବିଲା ପାଇଁ ୫୪୦ଟି ବେଡ୍‌ ରହିଛି । ବିଭିନ୍ନ ଜିଲ୍ଲା ଚିକିତ୍ସାଳୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି କଲ ସେଣ୍ଟର ଜରିଆରେ ୨୪ ଘଣ୍ଟାରେ ୫୨୦୨ଟି କଲ ଆସିଛି । ଅର୍ଥାତ ପ୍ରତି ଘଣ୍ଟାରେ ୮୦ ଜଣ ଲୋକ ନିଜର ରେଜିଷ୍ଟ୍ରେସନ କରାଉଛନ୍ତି । ବର୍ତ୍ତମାନ ସୁଦ୍ଧା କଲ ସେଣ୍ଟର ଓ ୱେବସାଇଟ ମାଧ୍ୟମରେ ମୋଟ ୨୧୩୧ଟି ଜଣ ରେଜିଷ୍ଟର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୟୁଏଇରୁ ଅଛନ୍ତି ବୋଲି ଜଣାପଡିଛି ।

ରେଜିଷ୍ଟ୍ରେସନ କରାଇଥିବା ଲୋକଙ୍କ ମଧ୍ୟରେ ୟୁଏସଏରୁ ୯ ଜଣ, ସାଉଥ କୋରିଆରୁ ଜଣେ, ଇଟାଲୀରୁ ଜଣେ ଆସିଥିବା ବେଳେ ୮୦ଟି ଦେଶରୁ ଲୋକେ ଓଡିଶାକୁ ଫେରୁଛନ୍ତି ବୋଲି ରେଜିଷ୍ଟର ରେକର୍ଡରୁ ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରେ ଅଧିକାଂଶଙ୍କ ଘର ଭୁବନେଶ୍ବର ଅର୍ଥାତ ଖୋର୍ଦ୍ଧା ଜିଲ୍ଲାରୁ ୩୭ ପ୍ରତିଶତ, କଟକରୁ ୧୧ ପ୍ରତିଶତ, ଗଞ୍ଜାମରୁ ୯ ପ୍ରତିଶତ, କେନ୍ଦ୍ରାପଡାରୁ ୬ ପ୍ରତିଶତ ଅଛନ୍ତି । ୨୯ଟି ଜିଲ୍ଲାର ଲୋକ ବିଦେଶରୁ ଫେରୁଥିବା ବେଳେ ଏଯାଏଁ ମାଲକାନଗିରିରେ କେହି ଲୋକ ରେଜିଷ୍ଟର ହୋଇନଥିବା ରିପୋର୍ଟ ହୋଇଛି ।

ରେଜିଷ୍ଟ୍ରେସନ କରାଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ୬୦ରୁ ୮୦ ବର୍ଷ ବୟସର ରହିଛନ୍ତି । ଏହି ବୟସ ସୀମା ମଧ୍ୟରେ ୯୭ଜଣ ରହିଥିବା ରିପୋର୍ଟରୁ ଜଣାପଡିଛି। ତେବେ ବର୍ତ୍ତମାନ ଯାଏଁ ୧୬୭ଟି ଦେଶରେ ୧ଲକ୍ଷ ୯୯ହଜାର ୧୯୩ଜଣ କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇସାରିଲେଣି । କୋରୋନା ଆକ୍ରାନ୍ତ ଦେଶଗୁଡିକ ମଧ୍ୟରେ ଜର୍ମାନୀ ଆଗରେ ଅଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details