ଓଡିଶା

odisha

ETV Bharat / city

ଭୁବନେଶ୍ୱରରେ 30 ହଜାର ଟପିଲା କୋରୋନା ମାମଲା - ମୋଟ ଆକ୍ରାନ୍ତ 30 ହଜାର ଟପିଲା

ଶୁକ୍ରବାର ରାଜଧାନୀରେ 54 ଜଣ ଚିହ୍ନଟ ହୋଇଥିବା ବେଳେ 72 ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 17 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 37ରେ ପହଁଚିଛି। ସେପଟେ ରାଜଧାନୀରେ ମୋଟ ଆକ୍ରାନ୍ତ 30 ହଜାର ସଂକ୍ରମଣ ପାର ହୋଇଛି। ଅଧିକ ପଢନ୍ତୁ..

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 30 ହଜାର ଟପିଲା
ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 30 ହଜାର ଟପିଲା

By

Published : Nov 14, 2020, 7:27 AM IST

ଭୁବନେଶ୍ବର: ରାଜଧାନୀରେ ମୋଟ ଆକ୍ରାନ୍ତ 30 ହଜାର ସଂକ୍ରମଣ ପାର ହୋଇଛି। ଶୁକ୍ରବାର ରାଜଧାନୀରେ 54 ଜଣ ଚିନ୍ହଟ ହୋଇଥିବା ବେଳେ 72 ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 17 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 37ରେ ପହଁଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି।

ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 189 ଛୁଇଁଛି । ଏପଟେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 19 ଜଣ ଚିହ୍ନଟ ହୋଇଛନ୍ତି । ହୋମ କ୍ଵରେଣ୍ଟାଇନରେ 17ଙ୍କ ମାଧ୍ୟମରେ 4 ଜଣ ବିଜେବି ନଗର, 3 ଜଣ ସାମନ୍ତରାୟପୁର, 2 ଜଣ ୟୁନିଟ 8, ଚିହ୍ନଟ ହୋଇଥିବା ବେଳେ ପାତ୍ରପଡା, ପଟିଆ, ପଳାସପଲି, ଖଣ୍ଡଗିରି, କଳିଙ୍ଗ ବିହାର, ଚିନ୍ତାମାନିଶ୍ୱାର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ତେବେ ଏପଟେ ସ୍ଥାନୀୟ ସଂକ୍ରମଣରେ 3 ଜଣ ଚନ୍ଦ୍ରଶେଖରପୁର, 2 ଜଣ ଆଇ ଆର ସି ଭିଲେଜ, 3 ଜଣ ମଞ୍ଚେଶ୍ୱର, 2 ଜଣ ଖଣ୍ଡଗିରି, 2 ଜଣ ନୟାପଲ୍ଲୀ, 2 ଜଣ ପାହାଲ, 2 ଜଣ ଟଙ୍କପାଣି ରୋଡ଼, 5 ଜଣ ପଟିଆ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ 30 ହଜାର 19 ଜଣ ସୁସ୍ଥ ହୋଇଛନ୍ତି, 29 ହଜାର 74 ଜଣ ସକ୍ରିୟ ହୋଇଛନ୍ତି, 735 ଜଣ ଓ 189 ଜଣ ମୃତ୍ୟୁବରଣ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details