ଭୁବନେଶ୍ବର: ନାବାଳକକୁ ପିଟି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ଲକଡାଉନ ବେଳେ ସହୀଦନଗର ପୋଲିସ ଷ୍ଟେସନ ଅଞ୍ଚଳ ନିକଟରେ ଥିବା କେସୁରା ଚା ଦୋକାନ ଖୋଲାଥିବାରୁ ଜଣେ ନାବାଳକକୁ ପୋଲିସ କର୍ମଚାରୀ ଆକ୍ରମଣ କରିଥିଲେ । ଏହି ଘଟଣାରେ ଏ.କେ ବିଶ୍ବାସ ନାମକ ଜଣେ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଲକଡାଉନରେ ଚା ଦୋକାନ ଖୋଲିଥିବାରୁ କିଛି ପୋଲିସ ଦୋକାନ ନିକଟକୁ ଯାଇଥିଲେ । ଚା ଦୋକାନରେ କାମ କରୁଥିବା ନାବାଳକକୁ ଦେଖି ଜଣେ ପୋଲିସ ପଚରା ଉଚରା କରିବା ସହ ଏ କେ ବିଶ୍ବାସ ନାମକ ପୋଲିସ କର୍ମଚାରୀ ତାଙ୍କୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା ।