ଓଡିଶା

odisha

ETV Bharat / city

ସଶକ୍ତ ହେବ ସମବାୟ, ସହଜରେ ମିଳିବ ଋଣ

ସମବାୟ ବିଭାଗକୁ କରାଯିବ ସୁଦୃଢ । ସହଜ ହେବ ସମସ୍ତ ବ୍ୟବସ୍ଥା । ଚାଷୀଙ୍କ ବିକାଶ ସହ ସମବାୟ ବିଭାଗକୁ ସରଳ କରିବା ପାଇଁ ପ୍ରସ୍ତୁତ କରାଯିବ ରୋଡ଼ ମ୍ୟାପ ।

By

Published : Oct 30, 2019, 3:55 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସଶକ୍ତ ହେବ ସମବାୟ ବିଭାଗ । ଚାଷୀଙ୍କୁ ସହଜରେ ମିଳିବ ଋଣ । ରାଜ୍ୟରେ ସମସ୍ତ ସମବାୟ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନ ନିମନ୍ତେ ଖୁବଶୀଘ୍ର ରୋଡ ମ୍ୟାପ ପ୍ରସ୍ତୁତ କରାଯିବ। ମଙ୍ଗଳବାର ନାବାର୍ଡ ଅଧିକାରୀଙ୍କ ସହ ଅନୁଷ୍ଠିତ ବୈଠକରେ ଏନେଇ ସୂଚନା ଦେଇଛନ୍ତି ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସମବାୟ ସଂସ୍ଥା ଗୁଡିକର ସାମଗ୍ରିକ ବିକାଶ କରାଯିବା ସହ ସମବାୟ ସଂସ୍ଥା ଗୁଡିକର କାର୍ଯ୍ୟଦକ୍ଷତା ଓ ଆର୍ଥିକ ସ୍ଥିତିରେ ବ୍ୟାପକ ସୁଧାର ଅଣାଯିବ। ବ୍ୟାଙ୍କ ଗୁଡ଼ିକରେ ଜମାରାଶି, ଜମା ଓ ଋଣର ଅନୁପାତ, ଋଣପ୍ରଦାନ, ପୁଞ୍ଜିନିବେଶ ଆଦି ବିଷୟରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details