ଓଡିଶା

odisha

ETV Bharat / city

ଆଜିଠୁ ପଞ୍ଚାୟତରେ ମିଳିବ ରନ୍ଧା ଖାଦ୍ୟ - cooked food available in every panchayat

cooked-food-available-in-every-panchayat
ଆଜିଠୁ ପଞ୍ଚାୟତରେ ମିଳିବ ରନ୍ଧା ଖାଦ୍ୟ

By

Published : Mar 29, 2020, 9:30 AM IST

Updated : Mar 29, 2020, 10:17 AM IST

09:24 March 29

ଆଜିଠୁ ପଞ୍ଚାୟତରେ ମିଳିବ ରନ୍ଧା ଖାଦ୍ୟ

ଆଜିଠୁ ପଞ୍ଚାୟତରେ ମିଳିବ ରନ୍ଧା ଖାଦ୍ୟ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଠାରୁ ପ୍ରତି ପଞ୍ଚାୟତରେ ରନ୍ଧା ଖାଦ୍ୟ ଯୋଗାଇ ଦେବେ। ଗତ ଶନିବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ତେବେ କେମିତି ଏହା କାର୍ଯ୍ୟକାରୀ ହେବ ଏନେଇ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର।

ପ୍ରତି ଗ୍ରାମପଞ୍ଚାୟତରେ 100 ଜଣ ଦୁର୍ବଳ, ଅନଗ୍ରସର, ଦୁଃସ୍ତ ଲୋକଙ୍କୁ ଚିହ୍ନଟ କରାଯିବ। ବିଡିଓ ଏହି ତାଲିକା ଗ୍ରାମପଞ୍ଚାୟତ ଜରିଆରେ ପ୍ରସ୍ତୁତ କରିବେ। ଯେଉଁଥିରେ100ରୁ ଅଧିକ ଲୋକ ରହିବେ । ତେବେ ସେଠାରେ ବିଡିଓ ଚାହିଁଲେ ସଂଖ୍ୟା ବଢାଇ ପାରିବେ। ପ୍ରତି ମିଲ୍‌ ପିଛା 30 ଟଙ୍କା ଖର୍ଚ୍ଚ ହେବ । ଗରମ ରନ୍ଧା ଖାଦ୍ୟ ଲୋକଙ୍କୁ ପରସା ଯିବ।  

ଗ୍ରାମାଞ୍ଚଳରେ ଯେଉଁମାନେ ମୁଠାଏ ଖାଇବାକୁ ପାଉ ନାହାଁନ୍ତି ସେମାନେ ହିଁ ଏଥିରେ ସାମିଲ ହେବେ। ତେବେ ଏଥିରେ ସ୍ବଚ୍ଛତା ରଖିବାକୁ ପରାମର୍ଶ ଦିଆଯାଇଛି। ବିଡିଓ ହିଁ ସବୁ ନିଷ୍ପତ୍ତି ନେବେ। ଅଥଚ କୌଣସି ତ୍ରୁଟି ରହିଲେ ବିଡିଓ ହିଁ ଦାୟୀ ରହିବେ।  

ଗୋଟିଏ ସ୍ଥାନରେ ବସି ସମସ୍ତେ ଖାଇବେ ନାହିଁ। ଜଣେ ଚାହିଁଲେ ରନ୍ଧା ଖାଦ୍ୟ ଘରକୁ ନେଇ ଖାଇପାରିବେ। ଖାଦ୍ୟ ପ୍ରସ୍ତୁତି ଓ ପରସା ବେଲେ ଦୂରତ୍ବ ବଜାୟ ରହିବ। ଏଭଳି କଟକଣା ଭିତରେ କିଭଳି ଖାଦ୍ୟ ପ୍ରସ୍ତୁତ ହେଉଛି ତାହା ଦେଖିବାକୁ ରହିଲା ।  

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 29, 2020, 10:17 AM IST

ABOUT THE AUTHOR

...view details