ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର - ଓଡିଶା ସରକାରୀ ମେଡିକାଲ କଲେଜ ପ୍ରଫେସର ସମସ୍ୟା
ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର । DMET କହିଲେ ନିୟମ ଅନୁଯାୟୀ ଆବେଦନକାରୀଙ୍କ ଦକ୍ଷତା କମ୍ ରହୁଛି । ଅଧିକ ପଢନ୍ତୁ
ଭୁବନେଶ୍ବର: ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର । ନୂଆ ମେଡ଼ିକାଲ କଲେଜ ସମେତ ଅନ୍ୟାନ୍ୟ ମେଡ଼ିକାଲ କଲେଜ ପାଇଁ ଚୁକ୍ତିଭିତ୍ତିକ ପ୍ରଫେସର ପାଇଁ ପ୍ରକାଶ ପାଇଥିଲା ନିଯୁକ୍ତି ପତ୍ର । ହେଲେ ନିଯୁକ୍ତି ସରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଅନେକ ପଦବୀ ଖାଲି ପଡ଼ିଛି ।
ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଠାରୁ ଆରମ୍ଭ କରି ପ୍ରଫେସର ଅଭାବ ରହିଛନ୍ତି । ହେଲେ ଚୁକ୍ତିଭିତ୍ତିକ ପ୍ରଫେସର ପାଇଁ ଖାଲି ପଡ଼ିଛି ପଦବୀ । 10 ଟି ସରକାରୀ ମେଡ଼ିକାଲ କଲେଜରେ 50 ପ୍ରଫେସର ଓ 144 ଅସୋସିଏଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ଏନେଇ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଡିଏମଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆବଶ୍ୟକ ଥିବା 50 ପଦବୀ ପାଇଁ ମାତ୍ର 10 ଜଣ ଆବେଦନ କରିଥିବାବେଳେ 144 ଅସୋସିଏଟ ପଦବୀ ପାଇଁ 104 ଜଣ ଆବେଦନ କରିଥିବା ସୂଚନା ମିଳିଛି । ସାକ୍ଷାତକାରରେ ଅନେକ ପ୍ରଫେସର ଆସିନଥିବାରୁ ଜଣେ ପ୍ରଫେସର ଏବଂ 10 ଜଣ ଅସୋସିଏଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି । ଏଭଳି ଘଟଣା ଏବେ ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତା ବଢ଼ାଇ ଦେଇଛି ।