ଭୁବନେଶ୍ବର: ଡାକ୍ତର ଅଭାବ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ରଣନୀତି । ବଢିବ ଠିକା ଡାକ୍ତରଙ୍କ କାର୍ଯ୍ୟକାଳ । ଠିକା ଡାକ୍ତରଙ୍କ ଅବସରର ବୟସ 68 ପରିବର୍ତ୍ତେ 70 କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।
ଡାକ୍ତର ଅଭାବ ସମସ୍ୟା ଦୂର କରିବେ ଠିକା ଡାକ୍ତର - ଠିକା ଡାକ୍ତର
ଆକ୍ସନ ମୋଡରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ । ରାଜ୍ୟରେ ଡାକ୍ତର ଅଭାବକୁ ଦୂର କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ଅବସର ପ୍ରାପ୍ତ ଚୁକ୍ତି ଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ରାଜ୍ୟରେ କେଉଁ ଅଞ୍ଚଳରେ କେତେ ଡାକ୍ତର ପଦବୀ ଖାଲି ଅଛି, ଆସନ୍ତା 15 ଦିନ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏଥିସହ ଆବଶ୍ୟକ ପଡିଲେ ସିଡିଏମଓମାନେ ନିଜ ଜିଲ୍ଲାରେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତି କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ଏପରିକି ମେଡିକାଲରେ ରହିଥିବା ସମସ୍ୟା ଗୁଡିକୁ ସମାଧାନ କରାଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ