ଭୁବନେଶ୍ବର: ରାଜଧାନୀରେ ହଜାର ହଜାର ଠିକାଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ବିଭିନ୍ନ ପ୍ରକାର ଠିକାଦାର ବିରୋଧୀ ଓ ଶ୍ରମିକ ମାରଣ ନିୟମକୁ ବିରୋଧ କରିବା ସହ ଏହାର ତୁରନ୍ତ ପ୍ରତ୍ୟାହାର କରି ନୂତନ ନିୟମ ପ୍ରଚଳନ କରିବାକୁ ଠିକାଦାର ମାନେ ଦାବି କରିଛନ୍ତି ।
10 ଦଫା ଦାବି ନେଇ ରାଜଧାନୀରେ ଗର୍ଜିଲେ ହଜାର ହଜାର ଠିକାଦାର ତେବେ ରାଜ୍ୟରେ କାର୍ଯ୍ୟ କରୁଥିବା ହଜାର ହଜାର ଠିକାଦାର ଅନେକ ବର୍ଷଧରି ସରକାରୀ ଅବହେଳାର ଶିକାର ହୋଇଆସୁଥିବା ଅଲ ଓଡିଶା କଣ୍ଟ୍ରାକ୍ଟର ଆସୋସିଏସନର ସଭାପତି ପ୍ରଭାତ ଦାସ କହିଛନ୍ତି । ଏହା ବିରୁଦ୍ଧରେ ସେମାନେ ଅନେକ ଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି ସରକାର ଦୃଷ୍ଟି ନହାନ୍ତି । ଏପରିକି ଏହା ବିରୁଦ୍ଧରେ ହାଇକୋର୍ଟରେ ଆଶ୍ରୟ ନେଇ ନିଜ ସପକ୍ଷରେ ରାୟ ଆସିଥିବା ବେଳେ ସରକାର ଏହାକୁ ପାଳନ କରୁ ନଥିବାବେଳେ ଅନ୍ୟ ପ୍ରଦେଶର ଠିକାଦାରମାନଙ୍କୁ ଅତ୍ୟନ୍ତ ସହାନୁଭୂତି ପ୍ରଦାନ କରୁଥିବା ସେ ଅଭିଯୋଗ କରିଛନ୍ତି ।
ଓଡିଶା ଠିକାଦାରମାନଙ୍କୁ ସିଡୁଲ ରେଟ ଠାରୁ 14.99ପ୍ରତିଶତ କମ ରେଟରେ କାର୍ଯ୍ୟକରିବାକୁ ବାଧ୍ୟ କରୁଥିବାବେଳେ ସେମାନଙ୍କୁ 100 ରୁ 300 ପ୍ରତିଶତ ଅଧିକ ରେଟ ଦେଇ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉଛି ବୋଲି କହିଛନ୍ତି । ସେହିପରି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ କିପରି ସହଜରେ ପଞ୍ଜିକୃତ ହିସାବରେ ମିଳିବ ସେ ବ୍ୟବସ୍ଥା ନକରି ଏହା କେଉଁଠୁ ଆସୁଛି ତାହାର ଟ୍ରାନଜିଟ ପାସ ଓ ରସିଦ ସରକାରଙ୍କ ନିକଟରେ ଦାଖଲ କରିବା ପାଇଁ ବାଧ୍ୟ କରୁଛନ୍ତି । ଏପରିକି ଏହା ନକଲେ ସିଡୁଲ ରେଟରୁ 70 ପ୍ରତିଶତ କାଟି ସରକାରୀ ତହବିଲରେ ଜମା କରିଦିଆଯାଉଛି । ଯାହାକି ଗୋଟିଏ ଠିକାଦାରକୁ ତାର କାର୍ଯ୍ୟରୁ ଓହରିଯିବାକୁ ବାଧ୍ୟ କରୁଥିବା ସେ କହିଛନ୍ତି ।
ଏନେଇ ଆଜି ହଜାର ହଜାର ସଂଖ୍ୟକ ଠିକାଦାରମାନେ ଏକାଠି ହୋଇ ରାଜ୍ୟସରକାରଙ୍କ ନିକଟରେ ସେମାନଙ୍କର ମୁଖ୍ୟ 10ଟି ଦାବି ତୁରନ୍ତ ପୂରଣ କରିବାକୁ ଯୁକ୍ତି ରଖିଛନ୍ତି । ନଚେତ ଆଗାମୀ ସାରା ଓଡ଼ିଶାର ଠିକାଦାରମାନେ ସମସ୍ତ ସରକାରୀ କାର୍ଯ୍ୟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ