ଓଡିଶା

odisha

ETV Bharat / city

ତୈଳଦର ବୃଦ୍ଧି ଆଶଙ୍କା, କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ - ରାଜ୍ୟରେ ତୈଳଦର ବୃଦ୍ଧି ଆଶଙ୍କା

ଋଷ ୟୁକ୍ରେନ ଯୁଦ୍ଧ ଯୋଗୁଁ ରାଜ୍ୟରେ ତୈଳଦର ବୃଦ୍ଧି ହୋଇପାରେ । ତେବେ ଏଭଳି ସ୍ଥିତିରେ କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ତୈଳଦର ବୃଦ୍ଧି ଆଶଙ୍କା, କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ତୈଳଦର ବୃଦ୍ଧି ଆଶଙ୍କା, କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

By

Published : Mar 4, 2022, 3:10 PM IST

ଭୁବନେଶ୍ବର: ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି । ଆଗାମୀ ଦିନରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଦେଶରେ ଖାଇବା ତେଲ ଦର ବୃଦ୍ଧି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ବିଶେଷ ଭାବେ ସୂର୍ଯ୍ୟମୁଖୀ ତେଲର ଦର ଅହେତୁକ ଭାବେ ବଢିବା ଆଶଙ୍କା ରହିଛି । ତେଣୁ କଳାବଜାରୀ ବଢିବାର ସମ୍ଭାବନା ରହିଛି । ଏହାକୁ ରୋକିବାକୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବଜାରରେ ତୈଳ ଦର ବୃଦ୍ଧି ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି । ଭାରତର ଖାଇବା ତେଲର ଅଧିକାଂଶ ଚାହିଦା ରପ୍ତାନି ମାଧ୍ୟମରେ ଅନୁଭୂତ ହୋଇଥାଏ । ସୂର୍ଯ୍ୟମୁଖୀ ତେଲର ପାଖାପାଖି 80% କେବଳ ୟୁକ୍ରେନ ଏବଂ ରୁଷିଆରୁ ଆମଦାନୀ ହୋଇଥାଏ । ତେଣୁ ଏହାର ଯୋଗାଣ ନିଶ୍ଚିତ ଭାବେ ପ୍ରଭାବିତ ହେବ ଏବଂ ଦରବୃଦ୍ଧି ହେବା ବହୁଳ ସମ୍ଭାବନା ରହିଛି । ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । କଳାବଜାରୀ ରୋକିବା ନେଇ ଯୋଗାଣ ବିଭାଗ ତତ୍ପର ହୋଇଛି । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏ ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ସୀମିତ କ୍ଷମତା ମଧ୍ୟରେ କୃତ୍ରିମ ସଙ୍କଟ କିମ୍ବା କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଏବଂ ଅନ୍ୟାନ୍ୟ ଶୁଳ୍କ ଅତିକମରେ ସାମୟିକ ଭାବେ ହ୍ରାସ କରିବା ଉଚିତ ବୋଲି ରାଜ୍ୟ ଦାବି କରିଛି । ନଚେତ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ଯାସର ଦରବୃଦ୍ଧି ସହ ଖାଇବା ତେଲର ଦରବୃଦ୍ଧି ଗରିବ, ଚାଷୀ, ମୁଲିଆ, ଖଟିଖିଆ ଏପରିକି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ବୋଲି ଯୋଗାଣ ମନ୍ତ୍ରୀ ଟ୍ବିଟ କରି ଆଶଙ୍କା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details