ଭୁବନେଶ୍ବର: ସରକାରୀ କମ୍ପାନୀ ମାନଙ୍କର ବିଦ୍ୟୁତ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଛି ଉପଭୋକ୍ତା ମହାସଂଘ ତଥା ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ । ଏନେଇ ଭୁନେଶ୍ବରର କେଶରୀ ହୋଟେଲଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମଞ୍ଚ।
ବର୍ଦ୍ଧିତ ମୂଲ୍ୟ ମୁତାବକ ରାଜ୍ୟ ସରକାରଙ୍କ ବିଦ୍ୟୁତ କମ୍ପାନୀମାନେ ଚଳିତ ବର୍ଷ ପାଇଁ OERC ନିକଟରେ ବିଦ୍ୟୁତ ଦର ବୃଦ୍ଧିପାଇଁ ଏକ ପିପିଟିସନ ଫାଇଲ କରିଛନ୍ତି । ଯେଉଁଥିରେ ୟୁନିଟ ପିଛା ୧ .୫୦ ବଢିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଭଳି ହେଲେ ସାଧାରଣ ଉପଭୋକ୍ତ ୟୁନିଟ ପିଛା ୭.୭୫ ବିଦ୍ୟତ ଶୁକ୍ଳ ଦେବେ। ଯାହା କେବଳ କର୍ମଚାରୀଟିଏ ନୁହେଁ, ସାଧାରଣ ଖାଉଟି ଉପରେ ସିଧାସଳଖ ପ୍ରଭାବ ପକାଇବ ।