ଓଡିଶା

odisha

ETV Bharat / city

Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନୀ - କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଖୁବଶୀଘ୍ର ଶେଷ ହେବାକୁ ଯାଉଛି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ । କାମ ଜୋରସୋରରେ ଚାଲିଥିବା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନ
Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନ

By

Published : Oct 16, 2022, 4:02 PM IST

Updated : Oct 16, 2022, 5:59 PM IST

ଭୁବନେଶ୍ବର:ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ (Khurda-Balangir rail line construction Work) କାମ ନେଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Union Railway Minister Aswini Vaishnaw) ଙ୍କ ସୂଚନା । କାମ ଜୋରସୋରରେ ଚାଲିଛି । ଓଡ଼ିଶାର ଏହି ସ୍ବପ୍ନର ପ୍ରକଳ୍ପ କାମ ଖୁବଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି ବୋଲି କହିଛନ୍ତି ଅଶ୍ବିନୀ ।

Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନୀ

ଏ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କହିଛନ୍ତି, "ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ କାମ ଜୋରସୋରରେ ଆଗେଇ ଚାଲିଛି । ୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଛି । ଏହାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ପଛରେ ଲାଗିପଡିଥିଲୁ । ଏବେ ରାଜ୍ୟ ସରକାର ଏଥିପାଇଁ ସୁପାରିଶ କରିଛନ୍ତି । ଖୁବଶୀଘ୍ର ଅନୁମତି ମିଳିଯିବ । ଏପଟେ ବଲାଙ୍ଗୀର ପାଖରୁ ମଧ୍ୟ ରେଳଲାଇନ କାମ ତ୍ବରିତ ହୋଇଛି । ସେହିପରି ଅନ୍ୟପଟରୁ ମଧ୍ୟ କାମ ଚାଲିଛି । ଓଡ଼ିଶାର ଏହି ସ୍ବପ୍ନର ପ୍ରକଳ୍ପ କାମ ଖୁବଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି ।"

ଏହା ବି ପଢନ୍ତୁ- India First Aluminum Freight Rake: ଆଜି ଭୁବନେଶ୍ବର ଷ୍ଟେସନରୁ ହେବ ଉଦଘାଟନ

ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ଶେଷ ହେବା ପରେ ଏହା ନୟାଗଡ଼, ଫୁଲବାଣୀ, ବୌଦ୍ଧ, ସୋନପୁର, ଭୁବନେଶ୍ବର ଓ ବଲାଙ୍ଗୀର ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇବ । ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଦ୍ବାରା ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ଦଶପଲ୍ଲା ଦେଇ ଖୁବ କମ ସମୟରେ ଲୋକେ ଯାତାୟତ କରିପାରିବେ । ଏହି ପ୍ରକଳ୍ପର ସୁବିଧା ନେବା ଲାଗି ଲୋକେ ବହୁ ଦିନରୁ ଅପେକ୍ଷା କରିଥିବା ବେଳେ ଏହାର କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହି ରେଳପଥ ଦେଇ ଲୋକେ ଖୁବ କମ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା ସହିତ ସେମାନଙ୍କ ବହୁ ମୂଲ୍ୟ ସମୟ ମଧ୍ୟ ବଞ୍ଚିପାରିବ ।

ସେପଟେ ଭୁବନେଶ୍ବର ରେଳ ଷ୍ଟେସନର ମଧ୍ୟ ନବକଳେବର ହେବାକୁ ଯାଉଛି । ଭୁବନେଶ୍ବର ରେଳ ଷ୍ଟେସନ ବିଶ୍ବସ୍ତରୀୟ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳବାଇ ମହାପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ ।

ଏହା ସହ ଭୁବନେଶ୍ବର ରେଳ ଷ୍ଟେସନରେ କାର୍ଯ୍ୟ ଓ ବିଶ୍ବସ୍ତରୀୟ ଷ୍ଟେସନର କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ନୂଆ ରେଳ ଚଳାଚଳକୁ ନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2022, 5:59 PM IST

ABOUT THE AUTHOR

...view details