ଓଡିଶା

odisha

ETV Bharat / city

2G ସ୍ପେକ୍ଟ୍ରମ ଦୁର୍ନୀତି ଏକ ଷଡଯନ୍ତ୍ର: କଂଗ୍ରେସ

2G ସ୍ପେକ୍ଟ୍ରମ ଦୁର୍ନୀତି ନେଇ ପ୍ରଦେଶ କଂଗ୍ରେସର ପ୍ରେସମିଟ । ତତ୍କାଳୀନ ସିଏଜି ମିଛ ରିପୋର୍ଟ ଦେଇଥିବା ଅଭିଯୋଗ କଲା ଦଳ । UPAର ମନମୋହନ ସରକାରଙ୍କୁ ବଦନାମ କରିବା ପାଇଁ ହୋଇଥିଲା ବଡ ଷଡଯନ୍ତ୍ର । ଅଧିକ ପଢନ୍ତୁ...

By

Published : Oct 31, 2021, 10:38 PM IST

2G ସ୍ପେକ୍ଟ୍ରମ ଦୁର୍ନୀତି ଏକ ଷଡଯନ୍ତ୍ର: କଂଗ୍ରେସ
2G ସ୍ପେକ୍ଟ୍ରମ ଦୁର୍ନୀତି ଏକ ଷଡଯନ୍ତ୍ର: କଂଗ୍ରେସ2G ସ୍ପେକ୍ଟ୍ରମ ଦୁର୍ନୀତି ଏକ ଷଡଯନ୍ତ୍ର: କଂଗ୍ରେସ

ଭୁବନେଶ୍ବର: 2G ସ୍ପେକ୍ଟ୍ରମ ଦୁର୍ନୀତିରେ ଉପା ସରକାରକୁ ବଦନାମ କରାଯାଇଥିବା ଅଭିଯୋଗ କରି ଉଭୟ ମୋଦି ସରକାର ଓ ତତ୍କାଳୀନ ସିଏଜି ବିନୋଦ ରାୟଙ୍କୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ତଥା AICC ସାଧାରଣ ସମ୍ପାଦକ ମୋହନ ପ୍ରକାଶ । କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣି ବର୍ଷିଛନ୍ତି ମୋହନ ।

2G ସ୍ପେକ୍ଟ୍ରମ ଦୁର୍ନୀତି ଏକ ଷଡଯନ୍ତ୍ର: କଂଗ୍ରେସ

ମୋହନ କହିଛନ୍ତି, 2G ସ୍ପେକ୍ଟ୍ରମ ମହାଦୁର୍ନୀତିରେ କଂଗ୍ରେସର ସମ୍ପୃକ୍ତି ନେଇ ସେ ଭୁଲ ତଥ୍ୟ ପ୍ରଦାନ କରିଥିଲେ ବୋଲି ନ୍ୟାୟାଳୟରେ ସତ୍ୟପାଠ କରିଛନ୍ତି ତତ୍କାଳୀନ ସିଏଜି ବିନୋଦ ରାୟ । ଏହା ପ୍ରମାଣିତ କରୁଛି ୟୁପିଏର ମନମୋହନ ସରକାରକୁ ବଦନାମ କରିବା ପାଇଁ ସାଙ୍ଘାତିକ ଷଡଯନ୍ତ୍ର ହୋଇଥିଲା । ଗତ ଅକ୍ଟୋବର 18 ତାରିଖରେ ପୂର୍ବତନ CAG ବିନୋଦ ରାୟ କୋର୍ଟରେ ନିଃସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବା ଏହି ଷଡଯନ୍ତ୍ରକୁ ପଦାରେ ପକାଇଛି ବୋଲି କହିଛନ୍ତି ମୋହନ।

ଏହାସହ ଏହି ଦୁର୍ନୀତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ପୃକ୍ତି ନେଇ ଉଠାଇଥିବା ପ୍ରଶ୍ନ ମିଥ୍ୟା ଓ ଅମୂଳକ ବୋଲି ଯାହା ବିନୋଦ ରାୟ ଦର୍ଶାଇବା ପ୍ରମାଣିତ କରୁଛି ଯେ ତାଙ୍କୁ ଏପରି ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ପ୍ରବର୍ତ୍ତାଯାଇଥିବା କହିଛନ୍ତି ମୋହନ । ସେହିପରି ଏହି ଘଟଣା ନେଇ ଷଡଯନ୍ତ୍ର ପଛରେ ଥିବା ସମସ୍ତଙ୍କୁ ଦେଶଦ୍ରୋହୀ କହି ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details