ଓଡିଶା

odisha

ETV Bharat / city

କୋମାରେ କଞ୍ଜରଭେନ୍ସି ଲେନ, ଗାଡି ପାର୍କିଂ ବ୍ୟବସ୍ଥା କରିବ ବିଏମସି - ଗାଡି ପାର୍କିଂ ବ୍ୟବସ୍ଥା କରିବ ବିଏମସି

କୋମାରେ କଞ୍ଜରଭେନ୍ସି ଲେନ । କେଉଁଠି ଗଛଲତା ମାଡିଗଲାଣି ତ କେଉଁଠି ଜବରଦଖଲରେ ରହିଛି ଲେନ । କେଉଁଠି ଡ୍ରେନ ହୋଇଯାଇଛି ତ କେଉଁଠି ଲୋକେ ଘର କଲେଣି । ଏପରି ଦୟନୀୟ ସ୍ଥିତିରେ ରହିଛି ଭୁବନେଶ୍ବରର କଞ୍ଜରଭେନ୍ସି ଲେନ ।

କୋମାରେ କଞ୍ଜରଭେନ୍ସି ଲେନ, ଗାଡି ପାର୍କିଂ ବ୍ୟବସ୍ଥା କରିବ ବିଏମସି
କୋମାରେ କଞ୍ଜରଭେନ୍ସି ଲେନ, ଗାଡି ପାର୍କିଂ ବ୍ୟବସ୍ଥା କରିବ ବିଏମସି

By

Published : Jun 15, 2020, 2:42 PM IST

ଭୁବନେଶ୍ବର: କୋମାରେ କଞ୍ଜରଭେନ୍ସି ଲେନ । କେଉଁଠି ଗଛଲତା ମାଡିଗଲାଣି ତ କେଉଁଠି ଜବରଦଖଲରେ ରହିଛି ଲେନ । କେଉଁଠି ଡ୍ରେନ ହୋଇଯାଇଛି ତ କେଉଁଠି ଲୋକେ ଘର କଲେଣି । ଏପରି ଦୟନୀୟ ସ୍ଥିତିରେ ରହିଛି ଭୁବନେଶ୍ବରର କଞ୍ଜରଭେନ୍ସି ଲେନ ।

କୋମାରେ କଞ୍ଜରଭେନ୍ସି ଲେନ, ଗାଡି ପାର୍କିଂ ବ୍ୟବସ୍ଥା କରିବ ବିଏମସି

80 ଦଶକରେ ରାଜଧାନୀରେ ଗଢି ଉଠିଥିବା ସରକାରୀ କ୍ବାର୍ଟସ କଲୋନୀ ମଧ୍ୟରେ ବାୟୁ ଚଳାଚଳ ତଥା ବୃକ୍ଷରୋପଣ ଲକ୍ଷ୍ୟରେ ଦୁଇଟି ଲେନ ମଧ୍ୟରେ କିଛି ଫାଙ୍କା ଜାଗା ରଖାଯାଇଥିଲା, ଯାହାକୁ କଞ୍ଜରଭେନ୍ସି ଲେନ କୁହାଯାଏ । ହେଲେ ତାହା ଏବେ ବାଟବଣା ହୋଇଛି ।

ଖାଲି ସେତିକି ନୁହେଁ କଞ୍ଜରଭେନ୍ସି ଲେନରେ ଏବେ ଅଳିଆର ପାହାଡ ଦେଖିବାକୁ ମିଳୁଛି । ଯାହାକୁ ଲକ୍ଷ୍ୟ କରି ସରକାରଙ୍କ ଏପରି ଅନେକ ଯୋଜନା କେବଳ ଖାତା କଲମରେ ସୀମିତ ରହୁଛି । ପ୍ରକୃତରେ ତାହାର କୌଣସି କାର୍ଯ୍ୟକାରିତା ଦେଖିବାକୁ ମିଳୁନାହିଁ ବୋଲି କୁହାଯାଉଛି ।

ସେପଟେ କଞ୍ଜରଭେନ୍ସି ଲେନକୁ ଏବେ ପାର୍କିଂରେ ପରିଣତ କରାଯିବ । ଏହାସହ କିଛି ସ୍ଥାନରେ ବୃକ୍ଷରୋପଣ କରାଯିବ ସହିତ ସ୍ବଚ୍ଛତା ଉପରେ ଧ୍ୟାନ ଦିଆଯିବ ବୋଲି ବିଏମସି କହିଛି ।

ତେବେ ସ୍ମାର୍ଟ ସିଟି ଭାବେ ପରିଚିତ ହାସଲ କରିଥିବା ଭୁବନେଶ୍ବରର, କଞ୍ଜରଭେନ୍ସି ଲେନର ଏ ବିକଳ ଚିତ୍ର ଦେଖିଲେ ରାଜଧାନୀ କେତେ ସ୍ବଚ୍ଛ ତାହା ସ୍ପଷ୍ଟ ଜଣାପଡୁଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details