ଭୁବନେଶ୍ବର: ନବ ବର୍ଷରୁ ଦୌଉଡିବ ରାଜ୍ୟ କଂଗ୍ରେସ । ନୂଆ ବର୍ଷରେ ନୂଆ ଢଙ୍ଗରେ ମୈଦାନକୁ ଓହ୍ଲାଇବ କଂଗ୍ରେସ । ସରକାରଙ୍କ ସହ ହେବ କାଣ୍ଟେ କି ଟକ୍କର । ଏଥିପାଇଁ ଶେଷ ହୋଇଛି ରଣନୀତି । ଆଜି ଠାରୁ ଫର୍ମକୁ ଫେରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଆଜି ବର୍ଷର ପ୍ରଥମ ଦିନ ଥିବାରୁ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନ ଥିଲା ବେଶ ଚଳଚଞ୍ଚଳ । ନେତା, କର୍ମୀ, ଛାମୁଆ ସଂଗଠନ ସମସ୍ତେ ନୂଆ ବର୍ଷ ଶୁଭେଛା ଜଣାଇବା ପାଇଁ ଭିଡ ଜମାଇଥିଲେ । ନିରଞ୍ଜନ ମଧ୍ୟ ନେତା କର୍ମୀଙ୍କୁ ପ୍ରତିଶୃତି ଦେଇଥିଲେ ମାନସିକ ଶକ୍ତି । ନିଷ୍ପତି ହୋଇଛି ନବ ବର୍ଷରୁ ନୂଆ ସଂକଳ୍ପ ସହ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ସରକାରଙ୍କ ବିରୋଧରେ ଲଢିବ କଂଗ୍ରେସ । କଂଗ୍ରେସର ଅଭିଯୋଗ ଦେଶର ସମ୍ବିଧାନ ସଂକଟରେ ଅଛି । ତେଣୁ ସମ୍ବିଧାନକୁ ସୁରକ୍ଷା ପାଇଁ କଂଗ୍ରେସ ଲଢେଇ କରିବ ।