ଭୁବନେଶ୍ବର: ବାଲେଶ୍ବରରେ ଅସହାୟ ହୋଇପଡ଼ିଛନ୍ତି ଜଣେ ଜିଲ୍ଲା ପରିଷଦ ପ୍ରାର୍ଥିନୀ । ଜଳେଶ୍ବର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି ହୋଇଥିବା ସେ ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି । ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ଓ ବସ୍ତା BDOଙ୍କ ଅବହେଳା ଓ ସଂପୃକ୍ତି ରହିଥିବା ସେ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଜିଲ୍ଲାର ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କାଦ୍ରୟାନ ଓ କରୁଆ ପଞ୍ଚାୟତର ୧୯ ଟି ବୁଥରେ ଗତ ୧୮ ତାରିଖରେ ଅନୁଷ୍ଠିତ ନିର୍ବାଚନ ସମୟରେ ବ୍ୟାପକ ଜାଲିଆତି, ବୁଥ ଦାଖଲ, ବିଭିନ୍ନ ପ୍ରକାରର ଅନିୟମିତତା ହୋଇଥିବା କହିଛନ୍ତି କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଅଞ୍ଜଳି ପ୍ରଧାନ । ଏହାକୁ ନେଇ ରବିବାର ନିର୍ବାଚନ କମିଶନଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି l ଏଥିରେ ଏହି ଅଫିସର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ପୁନଃ ମତଦାନ ପାଇଁ ଦାବି କରାଯାଇଛି ।