ଓଡିଶା

odisha

ETV Bharat / city

ED ଅଫିସ ଘେରାଉ କଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ - ପୁଣି ଇଡ଼ି ଅଫିସ ଘେରାଉ କଲା କଂଗ୍ରେସ

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇଡ଼ିର ଜେରାକୁ ବିରୋଧ । ଏନେଇ କଂଗ୍ରେସ ଆଜି ପୁଣି ଇଡ଼ି ଅଫିସ ଘେରାଉ କରିଛି । ଅଧିକ ପଢନ୍ତୁ

ED ଅଫିସ ଘେରାଉ କଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ
ED ଅଫିସ ଘେରାଉ କଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

By

Published : Jul 22, 2022, 8:43 PM IST

ଭୁବନେଶ୍ବର : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇଡ଼ିର ଜେରାକୁ ବିରୋଧ କରିଛି ଦଳ । ଏନେଇ କଂଗ୍ରେସ ଆଜି ପୁଣି ଇଡ଼ି ଅଫିସ ଘେରାଉ କରିଛି । ଏହାକୁ ନେଇ ରାଜରାସ୍ତାରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ ଗଜିଛନ୍ତି ।

ED ଅଫିସ ଘେରାଉ କଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

କଂଗ୍ରେସ ନେତା ଓ କର୍ମୀ ଶୋଭାଯାତ୍ରାରେ ଆସି ଇଡି ଅଫିସ ଘେରାଉ କରିବା ବେଳେ ସହିତ ପୋଲିସ କର୍ଡନ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏଥିଯୋଗୁଁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ପରେ ଆନ୍ଦୋଳନକାରୀଙ୍କୁ ପୋଲିସ ବୁଝାସୁଝା କରିଥିଲା । ଏହାପରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଇଡି ସମ୍ମୁଖରେ ଧାରଣା ଦିଆଯାଇଥିଲା । କେନ୍ଦ୍ର ସରକାର ରାଜନୈତିକ ଆକ୍ରୋଶ ରଖି କଂଗ୍ରେସକୁ ବଦନାମ କରିବାକୁ ଚାହୁଁଛନ୍ତି । ଏଥିଯୋଗୁଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଜେରା କରାଯାଉଛିି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଏହାର ପ୍ରତିବାଦରେ କଂଗ୍ରେସ ତାର ଆନ୍ଦୋଳନ ଜାରି ରଖିବ ବୋଲି କଂଗ୍ରେସ ନେତା କହିଛନ୍ତି । କେନ୍ଦ୍ର ସରକାର ଏସବୁ ନିବୃତ୍ତ ନରହିଲେ ଆସନ୍ତା ଦିନରେ ସାରା ଦେଶରେ ବିରୋଧର ବହ୍ନି ଜଳିବ ବୋଲି କଂଗ୍ରେସ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details