ଭୁବନେଶ୍ବର: ଦେଶକୁ ଭାଗ ଭାଗ କରିବାକୁ ଦିଆଯିବ ନାହିଁ। ଅଖଣ୍ଡତା ବଜାୟ ରଖିବାକୁ ଯାହା ଦରକାର ତାହା କରିବ କଂଗ୍ରେସ। ବିଜେପି ବ୍ୟସ୍ତ ଓ ବିବ୍ରତ ହୋଇପଡିଛି। ବିଚଳିତ ହୋଇପଡିଥିବାରୁ ଆଜି ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି। ହେଲେ ଲୋକେ ବୁଝି ସାରିଲେଣି। ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ।
CAA ବିରୋଧୀ ଆନ୍ଦୋଳନକୁ ସମର୍ଥନ ଦେବୁ: କଂଗ୍ରେସ - Congress support CAA
ଦେଶକୁ ଭାଗ ଭାଗ କରିବାକୁ ଦିଆଯିବ ନାହିଁ। ଅଖଣ୍ଡତା ବଜାୟ ରଖିବାକୁ ଯାହା ଦରକାର ତାହା କରିବ କଂଗ୍ରେସ। ଦେଶରେ ସିଏଏ, ଏନଆରସି, ଏନପିଆରକୁ ଆଣିଥିବା ବିଜେପିକୁ ଟାର୍ଗେଟ କରି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଅଧିକ ପଢନ୍ତୁ...
CAA ବିରୋଧୀ ଆନ୍ଦୋଳନକୁ ସମର୍ଥନ ଦେବୁ: କଂଗ୍ରେସ
ଏନେଇ ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ, ଏନଆରସି, ଏନପିଆର ଏସବୁ ମଧ୍ୟରେ ସଂଯୋଗ ରହିଛି। ସାଧାରଣ ଲୋକଙ୍କ ଅଧିକାର ଛଡ଼ାଇ ନେବାକୁ ବିଜେପିର ଉଦ୍ୟମ ସଫଳ ହେବ ନାହିଁ। ଏହା ବିରୋଧରେ ଯିଏ ସ୍ବର ଉଠାଇବ ତାଙ୍କୁ ସମର୍ଥନ ଦେବୁ। ଏପରିକି ପ୍ରସ୍ତାବିତ ଭାରତ ବନ୍ଦ ଡ଼ାକରାରେ ସାମିଲ ହେବ ଦଳ। ଗଣତାନ୍ତ୍ରିକ ଉପାୟରେ ଆମେ ଲଢ଼ିବୁ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ