ଓଡିଶା

odisha

ETV Bharat / city

ଘନଘନ କଟୁଛି ବିଜୁଳି, ଆନ୍ଦୋଳନ ଚେତାବନୀ ଦେଲେ ସୁର - କଂଗ୍ରେସ ଆନ୍ଦୋଳନ

ବିଜୁଳି ଦର ବୃଦ୍ଧିକୁ ନେଇ ଆଗକୁ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛନ୍ତି ସୁର ରାଉତରାୟ । ଅଧିକ ପଢନ୍ତୁ...

ବିଜୁଳି ଦର ବୃଦ୍ଧିକୁ ନେଇ ଆନ୍ଦୋଳନ କରିବ କଂଗ୍ରେସ
ବିଜୁଳି ଦର ବୃଦ୍ଧିକୁ ନେଇ ଆନ୍ଦୋଳନ କରିବ କଂଗ୍ରେସ

By

Published : Jul 13, 2021, 7:54 PM IST

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ବିଜୁଳି ଦର । ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡି ପଡିଥିବା ବେଳେ ଦରଦାମ ବୃଦ୍ଧି ହେବାରେ ଲାଗିଛି । ତେବେ ଏହି ବିଜୁଳି ଦର ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସୂଚନା ମିଳିଛି ।

ବିଜୁଳି ଦର ବୃଦ୍ଧିକୁ ନେଇ ଆନ୍ଦୋଳନ କରିବ କଂଗ୍ରେସ

ପୂର୍ବରୁ ୟୁନିଟ ପିଛା ୨୦ ପଇସା ଥିବା ବେଳେ ବର୍ତ୍ତମାନ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରିଛି ଓଇଆରସି। ସରକାର ଏଭଳି ମନ ଇଚ୍ଛା ବୃଦ୍ଧି କରିବା ଠିକ ନୁହେଁ। ରାଜ୍ୟରେ ବିଜୁଳି ଉତ୍ପାଦନ ଭଲ ସ୍ଥିତିରେ ଥିବାବେଳେ କଣ ପାଇଁ ଏମିତି ବୃଦ୍ଧି କରାଯାଉଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ ।

ଭୁବନେଶ୍ବରରେ ସବୁ ସମୟରେ ବିଜୁଳି କାଟ ହେଉଛି । କାହା ସ୍ବାର୍ଥରେ ଟାଟା ହାତକୁ ଟେକି ଦେଲେ ସରକାର। କ'ଣ ଆବଶ୍ୟକତା ଥିଲା ଘରୋଇକରଣ କରିବାର ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଯଦି ଏଭଳି ୟୁନିଟ ପିଛା ରେଟ ବୃଦ୍ଧି ପାଇବ ଆଗକୁ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ସୁର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details