ଓଡିଶା

odisha

ETV Bharat / city

କୃଷି ବିଲକୁ କଂଗ୍ରେସର ବିରୋଧ, ଆସନ୍ତା 2ରୁ ଆନ୍ଦୋଳନ ଆରମ୍ଭ - ଅକ୍ଟୋବର 2ରୁ କଂଗ୍ରେସର ଆନ୍ଦୋଳନ

କୃଷି ବିଲକୁ ବିରୋଧ କରି ଅକ୍ଟୋବର ୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ହସ୍ତାକ୍ଷର ସଂଗ୍ରହ ଅଭିଯାନ ଚାଲୁ ରଖିବ କଂଗ୍ରେସ । ଏଥିସହ ଅକ୍ଟୋବରରେ ରାଜ୍ୟସ୍ତରୀୟ କୃଷକ ସମାବେଶ କରିବ ଦଳ । ଅଧିକ ପଢନ୍ତୁ..

କୃଷି ବିଲକୁ କଂଗ୍ରେସର ବିରୋଧ, ଆସନ୍ତା 2ରୁ  ଆନ୍ଦୋଳନ ଆରମ୍ଭ
କୃଷି ବିଲକୁ କଂଗ୍ରେସର ବିରୋଧ, ଆସନ୍ତା 2ରୁ ଆନ୍ଦୋଳନ ଆରମ୍ଭ

By

Published : Sep 29, 2020, 8:26 PM IST

ଭୁବନେଶ୍ବର: ସମ୍ବିଧାନ ଧାରା ୨୫୪(୨) ଅନୁଯାୟୀ କୃଷି ବିଲକୁ ସାରା ରାଜ୍ୟରେ କାର୍ଯ୍ୟକାରୀ ନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଏହି ଆନ୍ଦୋଳନକୁ ତୀବ୍ର କରିବ ରାଜ୍ୟ କଂଗ୍ରେସ।

ସୋମବାର କୃଷି ବିଲ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କମିଟି ଲୋକଦେଖାଣିଆ ଓ ଅମୂଳକ ବୋଲି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି। ଯଦି ରାଜ୍ୟ ସରକାର ବାସ୍ତବରେ ଚାଷୀଙ୍କ ଦୁଃଖ ବୁଝିବାକୁ ଚାହୁଁଛନ୍ତି ତେବେ ଅକାଳୀ ଦଳ ଭଳି କିଛି ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଉଭୟ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ଦରକାର ।

କୃଷି ବିଲକୁ କଂଗ୍ରେସର ବିରୋଧ, ଆସନ୍ତା 2ରୁ ଆନ୍ଦୋଳନ ଆରମ୍ଭ

କୃଷି ଏକ ରାଜ୍ୟ ବିଷୟବସ୍ତୁ, ଯାହାକୁ ବିନା ଆଲୋଚନାରେ କେନ୍ଦ୍ର ସରକାର ଲାଗୁ କରିଛନ୍ତି। କଂଗ୍ରେସ କୃଷି ବିଲ ବିରୋଧରେ ଆଗକୁ ଆନ୍ଦୋଳନ ତୀବ୍ର କରିବ। ଆସନ୍ତା ୩ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ସଦର ମହକୁମାରେ ଆନ୍ଦୋଳନ କରାଯିବ। ଅକ୍ଟୋବର ୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବିଲ ବିରୋଧରେ ରାଜ୍ୟବ୍ୟାପୀ ହସ୍ତାକ୍ଷର ସଂଗ୍ରହ ଅଭିଯାନ ଚାଲୁ ରଖିବ ଏବଂ ଅକ୍ଟୋବର ମାସରେ ରାଜ୍ୟସ୍ତରୀୟ କୃଷକ ସମାବେଶ କରିବ କଂଗ୍ରେସ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details