ଓଡିଶା

odisha

By

Published : Jan 1, 2022, 8:45 PM IST

ETV Bharat / city

ଆଗକୁ କଂଗ୍ରେସ ଶାସନ କରିବ: ସୁର

ରାଜ୍ୟରେ କଂଗ୍ରେସ ପ୍ରଦର୍ଶନ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ବାଜିମାତ କରିବ କହିଲେ ସୁର । ଅଧିକ ପଢନ୍ତୁ

ଆଗକୁ କଂଗ୍ରେସ ଶାସନ କରିବ: ସୁର
ଆଗକୁ କଂଗ୍ରେସ ଶାସନ କରିବ: ସୁର

ଭୁବନେଶ୍ବର: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଛି । କଂଗ୍ରେସ ନିର୍ବାଚନ ଲଢ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚରମ ବିଫଳତା ଯୋଗୁଁ ଲୋକେ କଂଗ୍ରେସ ଉପରେ ଭରସା କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।

ଆଗକୁ କଂଗ୍ରେସ ଶାସନ କରିବ: ସୁର

ସେ କହିଛନ୍ତି ଯେ, ରାଜ୍ୟବାସୀ ଆଉ BJD ଓ BJP ସରକାର ଉପରେ ସନ୍ତୁଷ୍ଟ ନାହାଁନ୍ତି । କଂଗ୍ରେସ ସହ ଲୋକେ ସମ୍ପର୍କ ଯୋଡିଲେଣି, ଭରସା କଲେଣି ତେଣୁ କଂଗ୍ରେସ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବାଜିମାତ କରିବ । ଏମିତିକି 2024 ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ଶାସନ କରିବ ।
ଲୋକେ ଦରଦାମ ବୃଦ୍ଧି ଯୋଗୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ବୃଦ୍ଧି ପ୍ରତିବାଦରେ ଲୋକେ ରାଜରାସ୍ତାକୁ ଓହ୍ଲାଇଲେଣି । ତେଣୁ କଂଗ୍ରେସ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details