ଭୁବନେଶ୍ବର:ପୂର୍ବତନ ମନ୍ତ୍ରୀ ଶରତ ରାଉତ କଂଗ୍ରେସର ଦୟନୀୟ ସ୍ଥିତି ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ଏବେ କଂଗ୍ରେସରେ ବଢୁଛି ବିରୋଧ । ଯାହା ସ୍ପଷ୍ଟ କରୁଛି ଯେ, କଂଗ୍ରେସ ଏବେ ସିଭିୟର ଡ୍ୟାମେଜ ଆଡକୁ ଗତି କରୁଛି । ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ, ପିସିସି ସଭାପତିଙ୍କ ବିଫଳ ନେତୃତ୍ବ କଂଗ୍ରେସର ସ୍ଥିତିକୁ ଆହୁରି ସଙ୍ଗୀନ କରୁଛି ।
ସ୍ଥାଣୁ କଂଗ୍ରେସକୁ ପୁର୍ନଜୀବିତ କରିବାକୁ ପଡିବ: ଶରତ ରାଉତ - ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ପ୍ରତିକ୍ରିୟା
ପୂର୍ବତନ ମନ୍ତ୍ରୀ ଶରତ ରାଉତ କଂଗ୍ରେସର ଦୟନୀୟ ସ୍ଥିତି ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ଏବେ କଂଗ୍ରେସରେ ବଢୁଛି ବିରୋଧ । ଯାହା ସ୍ପଷ୍ଟ କରୁଛି ଯେ, କଂଗ୍ରେସ ଏବେ ସିଭିୟର ଡ୍ୟାମେଜ ଆଡକୁ ଗତି କରୁଛି । ଅଧିକ ପଢନ୍ତୁ
ସ୍ଥାଣୁ କଂଗ୍ରେସକୁ ପୁନର୍ଜିବିତ କରିବାକୁ ପଡିବ: ଶରତ ରାଉତ
ସ୍ଥାଣୁ କଂଗ୍ରେସକୁ ପୁନର୍ଜିବିତ କରିବାକୁ ପଡିବ: ଶରତ ରାଉତ
ବିଧାୟକ ମାନଙ୍କ ପିସିସି ସଭାପତି ଚର୍ଚ୍ଚାକୁ ସେ ଖୋରାକ ଯୋଗାଇଛନ୍ତି । କଂଗ୍ରେସ ସ୍ଥାଣୁ ପାଲଟିଯାଇଛି ବୋଲି ସେ ପାଳି ଧରିଛନ୍ତି । କଂଗ୍ରେସ ସଂଗଠନ ଖରାପ ସ୍ଥିତିକୁ ଚାଲିଯାଇଛି । ଏହାକୁ ପୁନର୍ଜିବିତ କରିବାକୁ ପଡିବ।ନିରଂଜନ ପଟ୍ଟନାୟକ ସବୁବେଳେ ନିଜ ଆଡୁ କହୁଛନ୍ତି 2019 ନିର୍ବାଚନ ପରେ ସେ ଇସ୍ତଫା ଦେଇସାରିଛନ୍ତି । ଏହା ଦଳୀୟ ମହଲରେ ଏକ ଦ୍ଵନ୍ଦ ସୃଷ୍ଟି କରୁଛି ହାଇ କମାଣ୍ଡ ଏହାକୁ ସ୍ପଷ୍ଟ କରିବା ଦରକାର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ