ଓଡିଶା

odisha

By

Published : Mar 7, 2021, 2:22 PM IST

ETV Bharat / city

ହୋଲଡିଂ ଟ୍ୟାକ୍ସ ବୃଦ୍ଧି ପ୍ରତିବାଦ, ଆସନ୍ତା 15ରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ବିଏମସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ । ମାର୍ଚ୍ଚ 15 ତାରିଖରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ।

ବିଏମସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ମାର୍ଚ୍ଚ 15ରେ  ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ
ବିଏମସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ମାର୍ଚ୍ଚ 15ରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର: ବିଏମସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ । ମାର୍ଚ୍ଚ 15 ତାରିଖରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ। ବିଏମସି ଆଲୋଚନା ନକରି 7 ଗୁଣ ହୋଲଡିଙ୍ଗ ଟ୍ୟାକ୍ସ ବଢ଼ାଇଛି ତାହାକୁ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ବିରୋଧ କରିବା ସହ ଭୁବନେଶ୍ବରବାସୀଙ୍କୁ ଟ୍ୟାକ୍ସ ନଦେବାକୁ କହିଛନ୍ତି | ଏହା ସହ ଆଗାମୀ 15 ତାରିଖରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହା ବିରୋଧରେ ବିଏମସି ଅଫିସ ଘେରାଉ କରାଯିବ |

ବିଏମସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ମାର୍ଚ୍ଚ 15ରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଟ୍ୟାକ୍ସ ପୂରା ଛାଡ଼ କରିବାକୁ ଦାବି କରାଯାଇଛି | ଯଦି ସେମାନଙ୍କ ଦାବି ପୂରଣ ନହୁଏ ଯାହା ହେବ ସରକାର ସେଥିପାଇଁ ଦାୟୀ ରହିବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି | ଏହାସହ ନୂଆ କରି ଆଇନ ସମ୍ମତ ଭାବରେ କରିବାକୁ କଂଗ୍ରେସ ପକ୍ଷରୁ କୁହାଯାଇଛି | ଏହାସହ ମୁନିସିପାଲିଟି ନିର୍ବାଚନ ଯଥାଶୀଘ୍ର କରି ଅଫିସର ରାଜ ଖତମ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି | ତୃତୀୟ ଦାବି ରହିଛି ସରକାରଙ୍କ ଅର୍ବାନ ଡିପାର୍ଟମେଣ୍ଟ ତରଫରୁ ଏହି ଟିକସ ବାବଦରେ ଏକ ସ୍ପଷ୍ଟୀକରଣ ଦିଆଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ ଗୋ କହିଛନ୍ତି |

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ରଶ୍ମି ମହାପାତ୍ର, ବିଶ୍ବଜିତ ଦାସ ପ୍ରମୁଖ ଉପସ୍ଥିତ ରହିଛନ୍ତି | ବିଏମସି ପକ୍ଷରୁ ବେଆଇନ ଭାବରେ ଯେଉଁ ଅଧିକ ସଂଖ୍ୟାରେ ଗରିବ ଲୋକଙ୍କଠାରୁ ହୋଲଡିଙ୍ଗ ଟ୍ୟାକ୍ସ ଆଦାୟ କରାଯାଉଥିବା ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି |

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details