ଓଡିଶା

odisha

ETV Bharat / city

Relaxation in Campaign: କଂଗ୍ରେସର ସ୍ବାଗତ, ନିରପେକ୍ଷ ନୀତି ଅବଲମ୍ବନ ପାଇଁ କଲା ଅନୁରୋଧ - ପ୍ରଚାର କଟକଣା କୋହଳକୁ କଂଗ୍ରେସର ସ୍ବାଗତ

ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରଚାର କଟକଣାରେ କୋହଳକୁ ନେଇ କଂଗ୍ରେସ ସ୍ବାଗତ କରିଛି । କିନ୍ତୁ ଆୟୋଗ ସ୍ବଚ୍ଛତା ଓ ନିରପେକ୍ଷ ନୀତି ଅବଲମ୍ବନ କରିବାକୁ କଂଗ୍ରେସ ମିଡ଼ିଆ ସେଲ ଅନୁରୋଧ କରିଛି । ଅଧିକ ପଢନ୍ତୁ

Relaxation in Campaign: କଂଗ୍ରେସର ସ୍ବାଗତ, ନିରପେକ୍ଷ ନୀତି ଅବଲମ୍ବନ ପାଇଁ କଲା ଅନୁରୋଧ
Relaxation in Campaign: କଂଗ୍ରେସର ସ୍ବାଗତ, ନିରପେକ୍ଷ ନୀତି ଅବଲମ୍ବନ ପାଇଁ କଲା ଅନୁରୋଧ

By

Published : Feb 7, 2022, 6:30 PM IST

ଭୁବନେଶ୍ବର:ରାଜ୍ୟ ନିର୍ବାଚନ ଆୟୋଗ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କଟକଣାକୁ କୋହଳ କରିଛନ୍ତି । ଯାହାକୁ ସ୍ବାଗତ କରିଛି କଂଗ୍ରେସ । ଏହା ନିଶ୍ଚିତ ଭାବେ ପ୍ରାର୍ଥୀଙ୍କ ମନୋବଳ ବୃଦ୍ଧି କରିବ ବୋଲି ଦଳ କହିଛି । ଏଥିସହିତ ନିର୍ବାଚନ ଆୟୋଗ ସ୍ବଚ୍ଛତା ଓ ନିରପେକ୍ଷ ନୀତି ଅବଲମ୍ବନ କରନ୍ତୁ ବୋଲି କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଛନ୍ତି ।

Relaxation in Campaign: କଂଗ୍ରେସର ସ୍ବାଗତ, ନିରପେକ୍ଷ ନୀତି ଅବଲମ୍ବନ ପାଇଁ କଲା ଅନୁରୋଧ

ରାଜ୍ୟରେ କୋରୋନା ସଂକ୍ରମଣ କମିଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗ ଏହି ନୂଆ ନିୟମ ଆଣିଛନ୍ତି । ତେବେ ଏହା ନିଶ୍ଚିତ ଭାବେ ପ୍ରାର୍ଥୀଙ୍କ ମନୋବଳ ବୃଦ୍ଧି କରିବା ସହିତ ପ୍ରଚାର କ୍ଷେତ୍ରରେ ପ୍ରାର୍ଥୀମାନେ ଉତ୍ସାହିତ ହେବେ ବୋଲି କହିଛି କଂଗ୍ରେସ। ହେଲେ ନିର୍ବାଚନ ଆୟୋଗ ସ୍ବଚ୍ଛତା ଏବଂ ନିରପେକ୍ଷ ନୀତି ଅବଲମ୍ବନ କରିବା ଆବଶ୍ୟକ ବୋଲି କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଛନ୍ତି । କିନ୍ତୁ ଏହି ସମସ୍ତ ନିୟମ କେବଳ ନୋଟିସରେ ରହିଯାଉଛି । ସରକାରୀ ଦଳ ଏହାର ସମ୍ପୂର୍ଣ୍ଣ ଉଲ୍ଲଘଂନ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ: Election Campaign: କୋହଳ ହେଲା ପ୍ରଚାର କଟକଣା, ନିର୍ବାଚନୀ ସଭାରେ ୩୦୦ଙ୍କୁ ଅନୁମତି

କିନ୍ତୁ ଜିଲ୍ଲା ପ୍ରଶାସନ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ସବୁ ଜାଣିଶୁଣି ପ୍ରଶାସନ ଆଖି ବୁଜି ଦେଉଛି ବୋଲି ସେ ଅଭିଯୋଗ କରି ଏହାକୁ ଦୃଢ ନିନ୍ଦା କରିଛନ୍ତି । କେନ୍ଦ୍ରାପଡ଼ା ବ୍ଲକରେ ବିଧାୟକ ଶଶି ଭୂଷଣ ବେହେରା ଅନେକ ଲୋକଙ୍କୁ ନେଇ ରାଲି କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ପରେ ମଧ୍ୟ ତାଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details