ଓଡିଶା

odisha

By

Published : Jul 30, 2021, 11:01 PM IST

ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ଦରବୃଦ୍ଧିକୁ ଅସ୍ତ୍ର କରିବ ଦଳ

ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି । ବିଜେଡି ବିଜେପି ପକ୍ଷରୁ ପଞ୍ଚାୟତ ନିର୍ବାଚନ ରଣନୀତି ଜୋରଦାର ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ଗୁରୁବାର ଏକ ପଞ୍ଚାୟତ କମିଟି ଗଠନ କରିଛି । ଅଧିକ ପଢ଼ନ୍ତୁ...

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ଦରବୃଦ୍ଧିକୁ ଅସ୍ତ୍ର କରିବ ଦଳ
ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ଦରବୃଦ୍ଧିକୁ ଅସ୍ତ୍ର କରିବ ଦଳ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି । ବିଜେଡି ବିଜେପି ପକ୍ଷରୁ ପଞ୍ଚାୟତ ନିର୍ବାଚନ ରଣନୀତି ଜୋରଦାର ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ଗୁରୁବାର ଏକ ପଞ୍ଚାୟତ କମିଟି ଗଠନ କରିଛି । ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରି ପଞ୍ଚାୟତ ଗୁଡିକୁ ନିଜ ଅକ୍ତିଆରକୁ ଆଣିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି କଂଗ୍ରେସ । ଏହାକୁ ନେଇ ସୂଚନା ଦେଇଛନ୍ତି ପିସିସି ପଞ୍ଚାୟତ କମିଟିର ସଂଯୋଜକ ଯଜ୍ଞେଶ୍ୱର ବାବୁୁ।

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ଦରବୃଦ୍ଧିକୁ ଅସ୍ତ୍ର କରିବ ଦଳ

ପ୍ରତି ୱାର୍ଡରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିବ କଂଗ୍ରେସ । ୱାର୍ଡ, ପଞ୍ଚାୟତ, ବ୍ଲକ, ଜିଲ୍ଲା ସ୍ତରରେ କଂଗ୍ରେସକୁ ଅଧିକ ସଂଗଠିତ କରାଯିବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଯେଉଁଭଳି କଷ୍ଟ ଦେଉଛନ୍ତି ତାହା କାହାଠାରୁ ଲୁଚି ରହିନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ । ତୈଳ ଦର ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀ ଦର ଅକାଶ ଛୁଆଁ ରହିଛି । ପଞ୍ଚାୟତ ନିର୍ବାଚନରେ ଏ ସବୁକୁ କଂଗ୍ରେସ ଅସ୍ତ୍ର କରିବା ସହ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ ବୁଝାଇବ ବୋଲି କହିଛି କଂଗ୍ରେସ ।

ରାଜ୍ୟ କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ଆସିବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା । ଆଗାମୀ ଦିନରେ କଂଗ୍ରେସ ଅଧିକ ସଂଗଠିତ ହୋଇ ବିରୋଧୀଙ୍କୁ କଡା ଟକ୍କର ଦେବାକୁ ଆଶା କରିଥିଲା କଂଗ୍ରେସ । ହେଲେ ଚେଲ୍ଲା କୁମାର ଦାୟିତ୍ବ ଗ୍ରହଣ କରିବା ପରେ ଦୁଇ ଦୁଇଟି ଉପନିର୍ବାଚନରେ ରାଜ୍ୟବାସୀ କଂଗ୍ରେସକୁ ସମର୍ଥନ କରି ନାହାନ୍ତି । ବାରମ୍ବାର ନିର୍ବାଚନ ହାରିବା ପରେ ଦଳ ଯେଉଁଠି ଥିଲା ଏବେ ବି ସେଇଠି ହିଁ ରହିଛି । ସବୁଠୁ ବଡ଼ କଥା ହେଉଛି ବିରୋଧୀ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ କଂଗ୍ରେସ ଖାଲି କଥାରେ ସୀମିତ ରହିଯାଇଛି । ପୁରୁଣା ଖୋଳପା ଭିତରେ ପସି ରହିଛି କଂଗ୍ରେସ । ସେପଟେ ବିରୋଧୀ ବିଜେଡି ଓ ବିଜେପି ଯୁବ କାନ୍ଧରେ ଦାୟିତ୍ୱ ହସ୍ତାନ୍ତର କରି ପଞ୍ଚାୟତ ନିର୍ବାଚନ ବାଜି ମାରିବା ଲକ୍ଷ୍ୟରେ ରହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details