ଭୁବନେଶ୍ବର: ସୋମବାର ଠାରୁ କଂଗ୍ରେସ ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଚଳିତ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଏପରି ଅଭିଯାନ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ଆସନ୍ତାକାଲି ରାଜ୍ୟ ପ୍ରଭାରୀ ଡ଼ ଚେଲ୍ଲା କୁମାରଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ନୂତନ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ।
ସୋମବାର ଠାରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ - odisha pradesh congress
ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବାକୁ କଂଗ୍ରେସର ରଣନୀତି। ଆସନ୍ତାକାଲି ଠାରୁ ଆରମ୍ଭ ହେବ ସଭ୍ୟ ସଂଗ୍ରହ ଅଭିଯାନ। ଅଧିକ ପଢନ୍ତୁ...
![ସୋମବାର ଠାରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଆସନ୍ତାକାଲି ଠାରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ](https://etvbharatimages.akamaized.net/etvbharat/prod-images/768-512-13513907-thumbnail-3x2-congress.jpg)
ଆସନ୍ତାକାଲି ଠାରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ
ସାରା ରାଜ୍ୟର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଜାରି ରହିବ। ଯେହେତୁ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ଓ ପୋୖର ନିର୍ବାଚନ ଆସୁଛି ଏଭଳି ସମୟରେ କଂଗ୍ରେସରେ ସାମିଲ ନୂତନ ସଦସ୍ୟ ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବା ନେଇ ଆଶା ରଖିଛି ଦଳ । ଶାସକ ବିଜେଡି, ବିରୋଧୀ ବିଜେପି ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରି ଥିବାବେଳେ ସେମାନଙ୍କ ସହ ତାଳ ଦେବାରେ କଂଗ୍ରେସ ମଧ୍ୟ ଯଥାସମ୍ଭବ ପ୍ରୟାସ ଜାରି ରଖିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ