ଓଡିଶା

odisha

By

Published : Sep 25, 2021, 8:33 PM IST

ETV Bharat / city

ସାମ୍ବାଦିକ ମୃତ୍ୟୁ ଘଟଣାରେ ଅନୁକମ୍ପା ରାଶିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ

ହାତୀ ଉଦ୍ଧାରବେଳେ ଉଦ୍ଧାରକାରୀ ବୋଟ ଓଲଟି ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ସରକାରୀ ଅନୁକମ୍ପା ରାଶିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦାବି କଲା ଦଳ । ଅଧିକ ପଢନ୍ତୁ...

ସାମ୍ବାଦିକ ମୃତ୍ୟୁ ଘଟଣାରେ ଅନୁକମ୍ପା ରାଶିକୁ ନେଇ ନବୀନଙ୍କୁ କଂଗ୍ରେସର ଟାର୍ଗେଟ
ସାମ୍ବାଦିକ ମୃତ୍ୟୁ ଘଟଣାରେ ଅନୁକମ୍ପା ରାଶିକୁ ନେଇ ନବୀନଙ୍କୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର:ମୁଣ୍ଡୁଳୀ ନିକଟବର୍ତ୍ତୀ ମହାନଦୀରେ ଫସିଥିବା ହାତୀ ଉଦ୍ଧାରବେଳେ ଉଦ୍ଧାରକାରୀ ଦଳ ବୋଟ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ଅକାଳ ମୃତ୍ୟୁରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଘୋଷଣା କରିଛନ୍ତି ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ଯାହାକୁ ନେଇ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛି କଂଗ୍ରେସ ।

କଂଗ୍ରେସ କହିଛି ମୃତ ସାମ୍ବାଦିକଙ୍କ ପରିବାର ପ୍ରତି ସରକାରଙ୍କ କେତେ ଦରଦ, ତାହା ମାତ୍ର ୪ ଲକ୍ଷ ଅନୁକମ୍ପା ରାଶିରୁ ଜଣାପଡୁଛି । ଏପରି ଦୁଃଖଦ ଘଟଣା ପରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଅବିଳମ୍ବେ ୪ ଲକ୍ଷ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରିବାକୁ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ସମ୍ପାଦକ ପଦ୍ମାକର ଗୁରୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ସଂକୀର୍ଣ୍ଣ ପରିବର୍ତ୍ତେ ବିଶାଳ ହୃଦୟର ପରିଚୟ ଦିଅନ୍ତୁ ବୋଲି କହିଛନ୍ତି ପଦ୍ମାକର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details