ଭୁବନେଶ୍ବର:ବିଧାନ ପରିଷଦ ଚିଠି ନ ପାଇବା ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଦୁଇଟି ଚିଠି ଲେଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଏହାକୁ ସହଜରେ ଗ୍ରହଣ କରି ପାରିନି କଂଗ୍ରେସ । ଏହାକୁ ନେଇ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖା ନେଇ କଂଗ୍ରେସର ଟାର୍ଗେଟ
ବିଧାନ ପରିଷଦ ଚିଠି ନପାଇବା ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଦୁଇଟି ଚିଠି ଲେଖିଛନ୍ତି ବାଚସ୍ପତି । ଏହାକୁ ନେଇ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢ଼ନ୍ତୁ
ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖା ନେଇ କଂଗ୍ରେସର ଟାର୍ଗେଟ
ଚିଠି ହଜିବା ଏବଂ ଚିଠି ନପାଇବା ରାଜ୍ୟରେ ନୂଆ ନୁହେଁ, ପୂର୍ବରୁ ତଦନ୍ତ କମିଶନ ରିପୋର୍ଟ ମଧ୍ୟ ହଜିଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । କିଛି ଦିନ ପୂର୍ବରୁ ବିଧାନପରିଷଦ ଡ୍ରାଫ୍ଟ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ସଂସଦରେ କହିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । ପରେ ମଙ୍ଗଳବାର ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦୁଇଟି ଚିଠି ଲେଖିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ