ଓଡିଶା

odisha

ETV Bharat / city

ଖରସ୍ରୋତା ଜଳ ବିବାଦ, ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ - ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ଘନେଇଲା ଖରସ୍ରୋତା ଜଳ ବିବାଦ । ପ୍ରକଳ୍ପ ପାଇଁ କୌଣସି ସର୍ଭେ ହୋଇନାହିଁ ବୋଲି ସୂଚନା ଅଧିକାର ଆଇନରୁ ସ୍ପଷ୍ଟ ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ...

ଖରସ୍ରୋତା ଜଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ
ଖରସ୍ରୋତା ଜଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

By

Published : Sep 28, 2021, 10:14 PM IST

ଭୁବନେଶ୍ବର:ଘନେଇଲା ଖରସ୍ରୋତା ଜଳ ବିବାଦ । ପ୍ରକଳ୍ପ ପାଇଁ କୌଣସି ସର୍ଭେ ହୋଇନାହିଁ ବୋଲି ସୂଚନା ଅଧିକାର ଆଇନରୁ ସ୍ପଷ୍ଟ ହୋଇଛି । ଏବେ ରାଜ୍ୟ ସରକାରଙ୍କ ମିଛ ଧରା ପଡ଼ିଛି । ଭଦ୍ରକ ଜିଲ୍ଲାର ପାନୀୟ ପ୍ରକଳ୍ପ ପାଇଁ ଖରସ୍ରୋତା ମେଗା ପ୍ରକଳ୍ପ ପ୍ରସଙ୍ଗରେ ଏବେ ଏକ ତଥ୍ୟ ସାମ୍ନାକୁ ଆସିଛି । ପ୍ରକଳ୍ପ ପାଇଁ IIT ହାଇଦ୍ରାବାଦ ପକ୍ଷରୁ କୌଣସି ସର୍ଭେ ରିପୋର୍ଟ ପ୍ରଦାନ କରାଯାଇ ନାହିଁ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ହାଇଦ୍ରାବାଦ IIT ହାଇଦ୍ରାବାଦରୁ ସ୍ପଷ୍ଟ କରାଯାଇଛି ଯେ ରାଜ୍ୟ ସରକାରଙ୍କଠାରୁ ପ୍ରକଳ୍ପ ସମ୍ପର୍କରେ କୌଣସି ଚିଠି ଆସିନାହିଁ ।

ଖରସ୍ରୋତା ଜଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ
ମିଥ୍ୟାର ଆଶ୍ରୟ ନେଇ ରାଜ୍ୟ ସରକାର ଖରସ୍ରୋତାରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ, ରାଜ୍ୟ ସରକାର ଏନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଜଳ ପାଇବା ଅଧିକାର ପ୍ରତ୍ୟକଙ୍କର ରହିଛି, ହେଲେ ରାଜ୍ୟ ସରକାର ମିଥ୍ୟାର ଦ୍ୱାହି ବିରୋଧ ସତ୍ତ୍ବେ ପ୍ରକଳ୍ପ କାର୍ଯ୍ୟ ଚଳାଇଛନ୍ତି । ଭଦ୍ରକ ଜିଲ୍ଲାକୁ ଖରସ୍ରୋତା ନଦୀରୁ ଜଳ ନେବାକୁ ବିରୋଧ କରି ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରହିଛି । ପରିସ୍ଥିତି ଏଭଳି ହୋଇଛି ଯେ, ବହୁ ଲୋକଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡିଛି । ପରେ ହାଇକୋର୍ଟ ଜାମିନ ପାଇ ଜେଲ୍‌ରୁ ମୁକୁଳିଛନ୍ତି ଆନ୍ଦୋଳନକାରୀ । IIT ହାଇଦ୍ରାବାଦର ସ୍ପଷ୍ଟୀକରଣ ପରେ ଆନ୍ଦୋଳନକାରୀଙ୍କ ସହ ଖରସ୍ରୋତା ପ୍ରକଳ୍ପକୁ ତୀବ୍ର ବିରୋଧ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details