ଓଡିଶା

odisha

ETV Bharat / city

ବିଜେପିକୁ ସମାଲୋଚନା କଲା କଂଗ୍ରେସ - Congress has criticized the BJP

ପ୍ରଧାନମନ୍ତ୍ରୀଙ୍କ ସାମ୍ଭାବ୍ୟ ଓଡିଶା ଗସ୍ତ ପୂର୍ବରୁ ତେଜିଲା ରାଜନୀତି। ପାରାଦ୍ୱୀପ ପୋର୍ଟର ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ହେଲେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ତେଜୁଛି ରାଜନୀତି । ଆଗକୁ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ନିର୍ବାଚନରେ କିଏ ହେବ ପ୍ରାର୍ଥୀ ଏନଡିଏ ର ପ୍ରାର୍ଥୀକୁ କିଏ ସମର୍ଥନ ଦେବେ ସେ ନେଇ ଆଲୋଚନା ଜୋର ଧରିଛି । ଅଧିକ ପଢନ୍ତୁ

ବିଜେପିକୁ ସମାଲୋଚନା କଲା କଂଗ୍ରେସ
ବିଜେପିକୁ ସମାଲୋଚନା କଲା କଂଗ୍ରେସ

By

Published : Jun 14, 2022, 10:54 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ସାମ୍ଭାବ୍ୟ ଓଡିଶା ଗସ୍ତ ପୂର୍ବରୁ ତେଜିଲା ରାଜନୀତି । ପାରାଦ୍ୱୀପ ପୋର୍ଟର ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ହେଲେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ତେଜୁଛି ରାଜନୀତି। ଆଗକୁ ଆସୁଛି ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନରେ କିଏ ହେବ ପ୍ରାର୍ଥୀ ଏନଡିଏ ର ପ୍ରାର୍ଥୀକୁ କିଏ ସମର୍ଥନ ଦେବେ ସେ ନେଇ ଆଲୋଚନା ଜୋର ଧରିଛି।

ବିଜେପିକୁ ସମାଲୋଚନା କଲା କଂଗ୍ରେସ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁ ଅଣବିଜେପି ଦଳର ମୁଖ୍ୟମାନଙ୍କୁ ଚିଠି ଲେଖି ଏକାଠି ହେବା ପାଇଁ ଆହ୍ୱାନ ଦେବା ପରେ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଛି ବିଜେପି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଷ୍ଟ୍ରପତି ନିର୍ବାଚନ ଗନ୍ଧ ବାରିଛି କଂଗ୍ରେସ । କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ଓ ନବୀନ ଦିଲ୍ଲୀରେ କଥାବାର୍ତ୍ତା ସାରିଛନ୍ତି।

ପ୍ରଧାନମନ୍ତ୍ରୀ ଯାହା କହିବେ ରାଜ୍ୟ ସରକାର ତାହା ମାନିବେ। ହିନ୍ଦୁ ଧର୍ମର ଶ୍ରେଷ୍ଠ ଗୁରୁ ଶଙ୍କରାଚାର୍ଯ୍ୟ ନିଜେ କହିଛନ୍ତି ବିଜେପି ବିଜେଡି ଏକ , ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ପ୍ରଧାନମନ୍ତ୍ରୀ ଓଡିଶା ଆସିବେ କେବଳ ଜୁମଲା ଦେଖାଇବେ। ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ କିଛି ପ୍ରଭାବ ପକାଇବ ନାହିଁ ବୋଲି ନରସିଂହ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details