ଭୁବନେଶ୍ବର:ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି l ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ବିଜେଡିର ଶାଣିତ ସମାଲୋଚନାର ଉତ୍ତର ରଖିଲା କଂଗ୍ରେସ l ମମିତା ମେହେର ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ରାଜନୀତି କରୁଥିବା ନେଇ ବିଜେଡିର ଯାହା ଅଭିଯୋଗ ରହିଛି ତାହା ଅମୂଳକ l କୌଣସି ସ୍ପର୍ଶକାତର ପ୍ରସଙ୍ଗକୁ ଉଠାଇବା ଯଦି କୌଣସି ରାଜନୈତିକ ଦଳ ଉଦ୍ୟମ କରେ ଓ ତାହାକୁ ରାଜନୀତିକରଣ କୁହାଯାଏ, ତେବେ କଂଗ୍ରେସ ରାଜନୀତି କରିବାରେ କିଛି ଦ୍ୱିଧା ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ l
କୌଣସି ରାଜନୀତି ଦଳକୁ ତଥ୍ୟ ପ୍ରମାଣ ମାଗିବାରେ ଯଥାର୍ଥତା ନାହିଁ l କାରଣ କୌଣସି ରାଜନୈତିକ ଦଳ ଦତନ୍ତକାରୀ ସଂସ୍ଥା ନୁହେଁ l ବିଜେଡି ମଧ୍ୟ ଏକଥା ଭଲ ଭାବରେ ଜାଣିଛି l ଜାତୀୟ ମାନବାଧିକାର କମିଶନ ଓ ଅନ୍ୟ କିଛି ରିପୋର୍ଟ ଆଧାରରେ ଏହି ପ୍ରସଙ୍ଗ ଗୁରୁତ୍ୱପର୍ଣ୍ଣ ବୋଲି ଦାବି କରି ଆସୁଛି କଂଗ୍ରେସ l ମୋଟ ଉପରେ ଏହି ଘଟଣାର ତଦନ୍ତ କୁ ବାଟବଣା କରିବା ପାଇଁ ରୀତିମତ ଶାସକ ଦଳ ଷଡଯନ୍ତ୍ର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ l