ଓଡିଶା

odisha

ETV Bharat / city

‘ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ ମିଛ କହୁଛନ୍ତି ରାଜ୍ୟ ସରକାର’

ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ ମିଛ କହୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିରୋଧରେ ବର୍ଷିଛି କଂଗ୍ରେସ ।

CONGRESS PRESS MEET
‘ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ ମିଛ କହୁଛନ୍ତି ରାଜ୍ୟ ସରକାର’

By

Published : Dec 4, 2019, 8:19 PM IST

ଭୁବନେଶ୍ବର: ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ବର୍ଷିଲା କଂଗ୍ରେସ । ରାଜ୍ୟ ସରକାର ରିପୋର୍ଟ କାର୍ଡ ନାଁରେ ମିଛ କହୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ପ୍ରତ୍ୟେକ ମାସର ୭ ତାରିଖ ସୁଦ୍ଧା ନିଜ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ ଏବଂ ନିଜେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ । ହେଲେ ଏ ସବୁ ପ୍ରଚାର ପ୍ରସାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦପ୍ତରର ନାଟକ ଥିଲା ବୋଲି କହି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

‘ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସଙ୍ଗରେ ମିଛ କହୁଛନ୍ତି ରାଜ୍ୟ ସରକାର’

ଅସଲରେ ମୁଖ୍ୟମନ୍ତ୍ରୀ ଏବଂ ‘5ଟି’ ସଚିବଙ୍କ ମିଛ ପଦାରେ ପଡିଛି ବୋଲି କଂଗ୍ରେସ କହିଛି । ମନ୍ତ୍ରୀମାନଙ୍କ ରିପୋର୍ଟ ସମ୍ପର୍କରେ ସୂଚନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଗାଯାଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ରାଜ୍ୟବାସୀଙ୍କ ସୂଚନା ପାଇଁ ଏ ତଥ୍ୟ ଦେବେ କଣ ଏଭଳି କୌଣସି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହିଁ ।

ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟମିତ ଦାଖଲ କରି ଆସୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଭଳି ଭାବରେ ମନ୍ତ୍ରୀଙ୍କ ରିପୋର୍ଟ ପାଇଥିବା କଥା ଫାଙ୍କି ଦେଇଛନ୍ତି ,ତାହା ସମସ୍ତଙ୍କ ନଜରକୁ ଆସିବା ଦରକାର ବୋଲି ସତ୍ୟପ୍ରକାଶ ନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details