ଭୁବନେଶ୍ବର:ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଗସ୍ତ କରିବେ। କଳାହାଣ୍ଡିରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ନକରି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଦୃଢ଼ ନିନ୍ଦା କରିଛି କଂଗ୍ରେସ।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁର ପାଖାପାଖି 1 ମାସ ବିତିଯାଇଥିଲେ ବି ତାକୁ ନ୍ୟାୟ ଦେବାର ସରକାର ସକ୍ଷମ ହୋଇନାହାଁନ୍ତି କିନ୍ତୁ କଳାହାଣ୍ଡି ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ଲାଗି ମୁଖ୍ୟମନ୍ତ୍ରୀ ଯାଉଛନ୍ତି ଯାହାକୁ ଟାର୍ଗେଟ କରିଛନ୍ତି ବିରୋଧୀ। କଟା ଘା ରେ ନମକ ଲଗାଉଛନ୍ତି ସରକାର। କଳାହାଣ୍ଡିବାସୀଙ୍କୁ ମମିତା ହତ୍ୟା ଘଟଣାରେ ନ୍ୟାୟ ମିଳିନାହିଁ ହେଲେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଆସିବା ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ବ ଦେବାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କଥା ଆସୁଛି ଆଇନ ତା ବାଟରେ ଯାଉଛି ହେଲେ କଂଗ୍ରେସ ଅଭିଯୋଗ କରୁଛି ଆଇନ ତା ବାଟରେ ଯାଉନାହିଁ। କେଉଁଠି ନା କେଉଁଠି ଆଇନ କୁ ଚାପି ଦିଆଯାଉଛି। ତଥ୍ୟ ନଷ୍ଟ କରାଯାଉଛି। ମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କ ଫୋନ ଟ୍ୟାପିଙ୍ଗ କରାଯାଉନାହିଁ ସରକାର ଜାଣିଶୁଣି ଏଭଳି କରୁଛନ୍ତି। ତେବେ ଏହାକୁ ଦୃଢ଼ ବିରୋଧ କରିବ କଂଗ୍ରେସ। କଳାହାଣ୍ଡି ଜିଲ୍ଲା ବ୍ୟାପୀ ଜନତା କର୍ଫ୍ୟୁ ଘୋଷଣା କରିଛି କଂଗ୍ରେସ।