ଭୁବନେଶ୍ବର:ରାଜ୍ୟରେ ତେଜିବାରେ ଲାଗିଛି OBC ରାଜନୀତି । ବିଜୁ ଜନତା ଦଳ ପ୍ରେସମିଟ କରି ପଞ୍ଚାୟତ ନିର୍ବାଚନରେ OBC ଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଘୋଷଣା କରିଛନ୍ତି । ଏହା ପରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି କଂଗ୍ରେସ । ଶୁକ୍ରବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ମିଡିଆ ସେଲ ଉପାଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ରାଜ୍ୟ ସରକାରଙ୍କ OBC ସଂରକ୍ଷଣ ବ୍ୟବସ୍ଥାକୁ ଜୋରଦାର ଟାର୍ଗେଟ କରିଛନ୍ତି ।
ସାମ୍ବିଧାନିକ ଅଧିକାରକୁ ବିଜେଡି ନିଜର ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ସିଧାସଳଖ ଅଭିଯୋଗ କରିଛି । ରାଜ୍ୟ ସରକାର ସାମାଜିକ, ଅର୍ଥିନୈତିକ ଓ ଶିକ୍ଷାକ୍ଷେତ୍ରରେ ପଛୁଆ ବର୍ଗକୁ ନେଇ ରାଜନୈତିକ ଗେମ ଖେଳିବାରେ ଲାଗିଛନ୍ତି । ରାଜ୍ୟରେ ନବୀନ ବାବୁଙ୍କ ଶାସନ ସମୟରେ ସଂରକ୍ଷଣ ପାଇବାରୁ ବଞ୍ଚିତ ହୋଇଛନ୍ତି ରାଜ୍ୟର ଓବିସି ଛାତ୍ରଛାତ୍ରୀ ।
ଓଡ଼ିଶାରେ ଓବିସି ସଂଖ୍ୟା ବହୁଳ ଏବଂ ସେମାନଙ୍କୁ ସାମାଜିକ ନ୍ୟାୟ ଦେବାରେ ବିଫଳ ହୋଇଛି ବିଜେଡି। ଗତ ୨୧ ବର୍ଷ ହେଲା ବିଜୁ ଜନତା ଦଳ ଏସଇବିସି ଓ ଓବିସି ଚାକିରି, ଶିକ୍ଷା, ପ୍ରମୋସନ କ୍ଷେତ୍ରରେ ଅବହେଳା କରିଛନ୍ତି । ରାଜ୍ୟରେ ଓବିସିଙ୍କୁ ସାମ୍ବିଧାନିକ ହକ ମିଳିପାରିନାହିଁ ।ସାମାଜିକ ନ୍ୟାୟ ପ୍ରଦାନ କରିବାଲେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ଆଳ ଦେଖାଇ ତାଙ୍କୁ ଅବହେଳିତ କରାଯାଇଛି। ଏସଇବିସି ଏବଂ ଓବିସିଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖେ ଅଛି। ଓବିସି ଗଣନାକୁ ଆଳ ଦେଖାଯାଇଛି । ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି ।