ଭୁବନେଶ୍ବର : ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେଣୁ ଏହାର ତୀବ୍ର ପ୍ରତିବାଦ କରି ଯୁବ କଂଗ୍ରେସ ସାରା ରାଜ୍ୟରେ ଜନ ଜାଗରଣ ଅଭିଯାନ(JAN JAGRAN ABHIYAN) ଆରମ୍ଭ କରିଛି । ୨୦୧୪ରୁ ବିଜେପି ଆସିଲା ପରେ କ୍ରମାଗତ ଭାବେ ଦରଦାମ ବୃଦ୍ଧି ପାଇଛି। ଗ୍ୟାସ ଦର ହୁ ହୁ ହୋଇ ବଢିଚାଲିଛି । ଉଜ୍ଜଳା ଯୋଜନାରେ କୋଟି କୋଟି ଟଙ୍କା ପ୍ରଚାର ପ୍ରସାରରେ ଖର୍ଚ୍ଚ କଲେ କେନ୍ଦ୍ର ସରକାର । ପୁଞ୍ଜିପତି ବନ୍ଧୁମାନଙ୍କ ହିତରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି।
Price Hike Protest: କଂଗ୍ରେସ ପକ୍ଷରୁ ଜନ ଜାଗରଣ ଅଭିଯାନ - Bhubaneswar news
ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧିର ପ୍ରତିବାଦ । ଯୁବ କଂଗ୍ରେସ(youth congress) ସାରା ରାଜ୍ୟରେ ଜନ ଜାଗରଣ ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ...
PRICE HIKE PROTEST : କଂଗ୍ରେସ ପକ୍ଷରୁ ଜନ ଜାଗରଣ ଅଭିଯାନ
ଉଭୟ ରାଜ୍ୟ ଓ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ବୃଦ୍ଧି, ରନ୍ଧନ ଗ୍ୟାସରେ ବୃଦ୍ଧି, ପେଟ୍ରୋଲ ଡିଜେଲ ବୃଦ୍ଧି ପ୍ରତିବାଦରେ ସ୍ବରକୁ ଶାଣିତ କରି ସାରା ରାଜ୍ୟରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିଛି ଯୁବ କଂଗ୍ରେସ। ଜନସାଧାରଣଙ୍କୁ ନ୍ୟାୟ ଦେବା ଦାବିରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କଂଗ୍ରେସ ଅଭିଯୋଗ କରିଛି ଯେତେବେଳେ କୋଭିଡ ସଂକ୍ରମଣ ଯୋଗୁଁ ଜନସାଧାରଣ ଘରେ ହାତ ବାନ୍ଧି ବସିଛନ୍ତି। ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି । ହେଲେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବରକୁ ଶାଣିତ କରି ଜନସାଧାରଣଙ୍କ ପାଖରେ ପହଞ୍ଚିବ କଂଗ୍ରେସ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ