ଓଡିଶା

odisha

ETV Bharat / city

କଂଗ୍ରେସକୁ ଝଟ୍‌କା, ହାତ ଛାଡିଲେ ମନୋଜ ମହାପାତ୍ର

ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ପଠାଇଲେ ଇସ୍ତଫା ପତ୍ର । ଅଧିକ ପଢନ୍ତୁ

By

Published : Jun 4, 2022, 1:51 PM IST

କଂଗ୍ରେସ ଛାଡିଲେ ମୁଖପାତ୍ର ମନୋଜ ମହାପାତ୍ର
କଂଗ୍ରେସ ଛାଡିଲେ ମୁଖପାତ୍ର ମନୋଜ ମହାପାତ୍ର

ଭୁବନେଶ୍ବର: ନୂଆ ପିସିସି ସଭାପତିଙ୍କ ଲାଗି ନୂଆ ଚ୍ୟାଲେଞ୍ଜ । ଦଳ ଛାଡିବା ଆରମ୍ଭ କରିଛନ୍ତି ପୁରୁଖା ନେତା ଓ କର୍ମୀ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ କଂଗ୍ରେସ ବିଧାୟକ ଦଳର ନେତା ନରସିଂହଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଛନ୍ତି ।

କଂଗ୍ରେସ ଛାଡିଲେ ମୁଖପାତ୍ର ମନୋଜ ମହାପାତ୍ର

ଇସ୍ତଫା ପତ୍ରରେ ମନୋଜ ଦର୍ଶାଇଛନ୍ତି ଯେ, 'ଦଳ ସହିତ ମୋର ଦୀର୍ଘ ଦିନର ଯାତ୍ରାର ଆଜି ପୂର୍ଣ୍ଣଚ୍ଛେଦ ପଡିଲା । କାର୍ଯ୍ୟକାଳ ସମୟରେ ମୁଖପାତ୍ର ହିସାବରେ ସମସ୍ୟାରେ ଥିବା ଲୋକଙ୍କ ସ୍ବର ହୋଇଛି । ସେମାନଙ୍କ ସମସ୍ୟା ସମାଧାନ କରିବା ଲାଗି ପ୍ରାୟସ କରିଛି । ଏହା ସହ ଦଳର ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ମନୋଜ'। ମନୋଜ ଦର୍ଶାଇଛନ୍ତି ଯେ, 'କିଛିଦିନ ହେବ ସାଧାରଣ ଲୋକଙ୍କ ଆଶା ପୂରଣ ଲାଗି ଦଳରେ ଆଉ ଜାଗା ନଥିବା ମୁଁ ଅନୁଭବ କରୁଛି । ସେମାନଙ୍କ ସମସ୍ୟାରେ ସ୍ୱର ଉଠାଇବା ଲାଗି ଦଳ ସକ୍ଷମ ନୁହେଁ । କିଛି ମୁଷ୍ଟିମେୟ ଲୋକଙ୍କ କବଜାରେ ଦଳ ଆସି ଯାଇଛି । ଯେଉଁମାନେ ନିଜ ନ୍ୟସ୍ତ ସ୍ୱାର୍ଥ ଲାଗି ଦଳକୁ ବ୍ୟବହାର କରୁଛନ୍ତି' । ତେବେ ମନୋଜଙ୍କ ଇସ୍ତଫା ପରେ ଦଳରେ ସବୁକିଛି ଠିକଠାକ ଚାଲିନଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details