ନୂଆଦିଲ୍ଲୀ: ସୋସିଆଲ ମିଡିଆ ସେଲ୍ ଶକ୍ତି ବୃଦ୍ଧି କରିବ ରାଜ୍ୟ କଂଗ୍ରେସ । ନୂଆଦିଲ୍ଲୀରୁ ରାଜ୍ୟ କଂଗ୍ରେସକୁ କେନ୍ଦ୍ରୀୟ ନେତୃତ୍ବଙ୍କ ଠାରୁ ମିଳିଲା ଏହି ଗୁରୁମନ୍ତ୍ର । ବର୍ତ୍ତମାନର ଡିଜିଟାଲ ଯୁଗରେ ରାଜନୈତିକ ଦଳମାନେ ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର ଭାବେ ଗ୍ରହଣ କରୁଛନ୍ତି । ନିଜ ଦଳର ପ୍ରଚାର ପ୍ରସାର ସହ ବିରୋଧିଙ୍କୁ ଟାର୍ଗେଟ କରିବାକୁ ଏହା ପ୍ରମୁଖ ମାଧ୍ୟମ ପାଲଟିଛି ।
ଏହାମଧ୍ୟ ପଢନ୍ତୁ:Panchayat Election: ଆସନ୍ତା 10ରେ ସର୍ବଦଳୀୟ ବୈଠକ ଡାକିଲେ EC
ଏହି କ୍ରମରେ ନୂଆଦିଲ୍ଲୀରେ କଂଗ୍ରେସ ସୋସିଆଲ ମିଡ଼ିଆ ସେଲ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ଦିଲ୍ଲୀରେ ସଂଗଠନ ଦାୟିତ୍ବରେ ଥିବା AICC ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ଏବଂ କଂଗ୍ରେସ ସୋସିଆଲ ମିଡ଼ିଆ ସେଲ୍ର ଜାତୀୟ ଅଧ୍ୟକ୍ଷ ରୋହନ ଗୁପ୍ତାଙ୍କୁ ଭେଟିଛନ୍ତି ଅଭିଷେକ ।