ଓଡିଶା

odisha

ETV Bharat / city

ବିପର୍ଯ୍ୟସ୍ତ ବସ ସେବା ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ବିପର୍ଯ୍ୟସ୍ତ ବସ ସେବା ନେଇ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀ କରି ଘେରିଛି କଂଗ୍ରେସ । ଅଧିକ ପଢନ୍ତୁ...

By

Published : Aug 12, 2021, 1:29 PM IST

ବିପର୍ଯ୍ୟସ୍ତ ବସ ସେବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ
ବିପର୍ଯ୍ୟସ୍ତ ବସ ସେବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ବସ ସେବା ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଗୋଟିଏ ମଧ୍ୟ ବସଷ୍ଟାଣ୍ଡ ହୋଇନାହିଁ ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ।

ବିପର୍ଯ୍ୟସ୍ତ ବସ ସେବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ରାଜ୍ୟର 90 ପ୍ରତିଶତ ଲୋକ ବସ୍ ସେବା ଉପରେ ନିର୍ଭର କରନ୍ତି । ହେଲେ 20 ବର୍ଷ ମଧ୍ୟରେ ଗୋଟିଏ ବି ବସଷ୍ଟାଣ୍ଡ ସରକାର କରି ନାହାନ୍ତି। କଂଗ୍ରେସ ସରକାର ଥିଲା ବେଳେ ରାଜ୍ୟରେ 38ଟି ବସଷ୍ଟାଣ୍ଡ ଥିଲା ଆଉ ନବୀନ ସରକାର କିଛି କରି ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସେପଟେ ରାଜ୍ୟର ସମସ୍ତ 30ଟି ଯାକ ଜିଲ୍ଲାରେ ନୂଆ ବସଷ୍ଟାଣ୍ଡ ନାହିଁ । ଯେତିକି ଅଛି ସେଠାରେ ବ୍ୟାପକ ଅବ୍ୟବସ୍ଥା ଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଳା ଗଞ୍ଜାମ ଛତ୍ରପୁର ବସଷ୍ଟାଣ୍ଡରେ ମଧ୍ୟ ପାଣି ଆଉ ବିଜୁଳି ବ୍ୟବସ୍ଥା ନାହିଁ ବୋଲି କହିଛି କଂଗ୍ରେସ ।

ସେହିପରି ନୟାଗଡ଼, ଯାଜପୁର ଭଳି ଜିଲ୍ଲା ସଦର ମହକୁମାରେ ବସଷ୍ଟାଣ୍ଡର ଛବି ଅତ୍ୟନ୍ତ ଶୋଚନୀୟ । ଆଜି ପର୍ଯ୍ୟନ୍ତ ଆନ୍ତଃ ରାଜ୍ୟ ବସ ଟର୍ମିନାଲଟିଏ ମଧ୍ୟ ରହିନାହିଁ । କେବଳ ନକ୍ସା ମଧ୍ୟରେ ସୀମିତ ଆନ୍ତଃ ରାଜ୍ୟ ବସ ଟର୍ମିନାଲ । ସେପଟେ 114 ପୌରାଞ୍ଚଳରେ ମଧ୍ୟ ବସ ଟର୍ମିନାଲ କରିନାହାନ୍ତି ରାଜ୍ୟ ସରକାର । ସେପଟେ ନବୀନ ସରକାର ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡିୟମ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details