ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ଶାସକ ଦଳକୁ ଘେରିଲେ ବିରୋଧୀ। ବିଜେପି (BJP) ରାଜ୍ୟ ସରକାରଙ୍କୁ ପିଏମ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଟାର୍ଗେଟ କରିଥିବାବେଳେ ସେପଟେ କଂଗ୍ରେସ (Congress) ମଧ୍ୟ ପିଏମ ଆବାସ ଯୋଜନାକୁ ନେଇ ନବୀନ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି ।
ହଜାରେ କୋଟିର ଦୁର୍ନୀତି ନେଇ ଶାସକ ଦଳକୁ ଘେରିଲେ ବିରୋଧୀ। ବିଜେପି ସହ ସ୍ବର ମିଳେଇଲେ ସୁର। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ , ଆବଣ୍ଟନରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ ଆଣିଥିଲା ବିଜେପି । ତେବେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିବା ପରେ ତେଜିଛି ରାଜନୀତି। ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ରାଜ୍ୟ ସରକାର ଆବାସ ଯୋଜନାରେ ଗୃହ ଆବଣ୍ଟନରେ ଦୁର୍ନୀତି ହୋଇଛି କହିବା ସହ ରାଜ୍ୟ ସରକାର ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘର ଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ (Congress MLA Suresh Kumar Routray) । ଯେଉଁମାନଙ୍କ ଘର ନାହିଁ ସେମାନେ ନପାଇ ଯେଉଁମାନଙ୍କର ଘର ଦ୍ବାର, ଜମି ବାଡ଼ି ଅଛି ସେମାନଙ୍କୁ ଘର ଦିଆଯାଇଛି। ନବୀନ ସରକାରଙ୍କ ଘର ଦୁର୍ନୀତି ଗନ୍ଧ ବାରି ହୋଇପଡୁଛି। ବିଜେପି ଆବାସ ଦୁର୍ନୀତି ନେଇ ଯାହା ଅଭିଯୋଗ କରୁଛି ତାହା ସତ୍ୟ।