ଓଡିଶା

odisha

ETV Bharat / city

ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ଟିମ୍

ରାଜ୍ୟରେ ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଛାତ୍ରବୃତ୍ତି ପ୍ରଦାନ କରିବା । ତା ସହ ବିଭିନ୍ନ ସରକାରୀ ଯୋଜନାରେ ଆଦିବାସୀ ଦଳୀତଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବା ସହ ଗ୍ରାମକୁ ସଡ଼କ, ବିଜୁଳି ଏବଂ ପିଇବା ପାଣି, ପାଇଖାନା ପ୍ରଭୃତି ଯୋଗାଇ ଦେବା ପାଇଁ କଂଗ୍ରେସ ଅନୁସୂଚିତ ଜାତି ପ୍ରତିିନିଧି ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର । ଅଧିକ ପଢନ୍ତୁ...

ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ଅନୁସୂଚିତ ଜାତି ପ୍ରତିିନିଧି
ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ଅନୁସୂଚିତ ଜାତି ପ୍ରତିିନିଧି

By

Published : Sep 3, 2021, 10:53 PM IST

ଭୁବନେଶ୍ବର:ରାଜ୍ୟରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଦଳିତ ଓ ଆଦିବାସୀ ପରିବାରକୁ ଜମିପଟ୍ଟା ନମିଳିବାରୁ ସେମାନେ ସରକାରୀ ଯୋଜନା, ଶିକ୍ଷା କ୍ଷେତ୍ରରେ ଛାତ୍ରବୃତ୍ତି ପାଇବା କ୍ଷେତ୍ରରେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ର ସରକାର ଛାତ୍ରବୃତ୍ତିକୁ ହ୍ରାସ କରିିଥିବାରୁ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି ।

ଛାତ୍ରବୃତ୍ତି ବୃଦ୍ଧି ଓ ତାହାକୁ ଠିକ୍ ସମୟରେ ପ୍ରଦାନ କରିବା, ରାଜ୍ୟରେ ପ୍ରତି ଦଳିତ ଓ ଆଦିବାସୀ ଗ୍ରାମକୁ ସଡ଼କ, ବିଜୁଳି ଏବଂ ପିଇବା ପାଣି, ପାଇଖାନା ପ୍ରଭୃତି ଯୋଗାଇ ଦେବା, ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ଆଦିିବାସୀ ଓ ଦଳିତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ, ସରକାରୀ ସ୍ତରରେ ଖାଲିପଡ଼ିଥିବା ଦଳିତ ଓ ଆଦିବାସୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ବିଭିନ୍ନ ପଦ ପଦବୀରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ନିଯୁକ୍ତି ଦେବାକୁ ଦାବି କରାଯାଇଛି ।


ଦଳିତ ଓ ଆଦିବାସୀ ନିର୍ଯ୍ୟାତନା ନିବାରଣ ଆଇନ୍‌କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ । ବେସରକାରୀ ଉଦ୍ୟୋଗ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଇନ୍‌କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ । ବେସରକାରୀ ଉଦ୍ୟୋଗ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଇନକୁ ଲାଗୁ କରିବା । ଉଚ୍ଚଶିକ୍ଷା ନିମନ୍ତେ ଦଳିତ ଓ ଆଦିବାସୀମାନଙ୍କ ପାଇଁ ପର୍ଯ୍ୟାପ୍ତ ହଷ୍ଟେଲ ନିର୍ମାଣ । ରାଜ୍ୟରେ ଅନୁସୂଚିତ ଜାତି କମିଶନ ସ୍ଥାପନ । ରାଜ୍ୟ ସରକାର ଚିଲିକା ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରିବା ପ୍ରଭୃତି ୧୪ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ସହିତ ତାଙ୍କୁ ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details