ଓଡିଶା

odisha

ETV Bharat / city

Agnipath scheme: ଭୁବନେଶ୍ବରରେ କଂଗ୍ରେସର ସତ୍ୟାଗ୍ରହ - ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସର ସତ୍ୟାଗ୍ରହ

ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ଭୁବନେଶ୍ବର ପାୱାରହାଉସ ଛକ ନିକଟରେ କଂଗ୍ରେସର ସତ୍ୟାଗ୍ରହ । ଜିଲ୍ଲା କଂଗ୍ରେସ ପକ୍ଷରୁ ଅନେକ ନେତା ଓ କର୍ମୀ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ସାମିଲ । ଦେଶର ଯୁବପିଢିଙ୍କ ଭବିଷ୍ୟତ ସହିତ କେନ୍ଦ୍ର ସରକାର ଖେଳୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

Agnipath scheme: ଭୁବନେଶ୍ବରରେ କଂଗ୍ରେସର ସତ୍ୟାଗ୍ରହ
Agnipath scheme: ଭୁବନେଶ୍ବରରେ କଂଗ୍ରେସର ସତ୍ୟାଗ୍ରହ

By

Published : Jun 27, 2022, 9:41 PM IST

ଭୁବନେଶ୍ବର: ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ କଂଗ୍ରେସର ସତ୍ୟାଗ୍ରହ । ଭୁବନେଶ୍ବର ପାୱାରହାଉସ ଛକ ନିକଟରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରିଛି ଦଳ । ଏଭଳି ଦେଶ ବିରୋଧୀ ଯୋଜନାକୁ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ ଦାବି କରିଛି ।

Agnipath scheme: ଭୁବନେଶ୍ବରରେ କଂଗ୍ରେସର ସତ୍ୟାଗ୍ରହ

ଅଗ୍ନିପଥ ଯୋଜନାରେ ଦେଶର ଯୁବକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦେବାପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । କିନ୍ତୁ ଏହି ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି । ବିରୋଧ ସମୟରେ ବ୍ୟାପକ ହିଂସା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଯୋଜନାକୁ ପ୍ରତ୍ୟାହାର କରି ନେବାକୁ ସରକାରଙ୍କ ନିକଟରେ ଦାବି କରିଛି କଂଗ୍ରେସ । ବିଭିନ୍ନ ବ୍ଲକ ଓ ଜିଲ୍ଲାସ୍ତରରେ ଆଜି କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ସେହିଭଳି ଭୁବନେଶ୍ବରରେ ମଧ୍ୟ କଂଗ୍ରେସର ଏହି ସତ୍ୟାଗ୍ରହ ଦେଖିବାକୁ ମିଳିଥିଲା ।

ଭୁବନେଶ୍ବର ପାୱାରହାଉସ ଛକ ନିକଟରେ ପୂର୍ବାହ୍ନ ୧୦ଟା ୩୦ମିନିଟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଦେଖିବାକୁ ମିଳିଥିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ ଅନେକ ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ । ଅଗ୍ନିପଥ ଯୋଜନା ଜରିଆରେ ଭାରତର ଯୁବପିଢିଙ୍କ ଭବିଷ୍ୟତ ସହିତ କେନ୍ଦ୍ର ସରକାର ଖେଳୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଏଭଳି ଦେଶ ବିରୋଧୀ ଯୋଜନାକୁ ସରକାର ଶୀଘ୍ର ପ୍ରତ୍ୟାହାର କରନ୍ତୁ ବୋଲି କଂଗ୍ରେସ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details