ଭୁବନେଶ୍ବର:ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପର୍ଯ୍ୟାୟ ପାଇଁ ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ । ଭୁବନେଶ୍ବର ମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛି କଂଗ୍ରେସ । ୩୦ଜଣ କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରେ ୧୪ଜଣ ମହିଳା ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି କଂଗ୍ରେସ ।
୧ ନମ୍ବର ୱାର୍ଡ ପାଇଁ କାଜଲ ମଣ୍ଡଳଙ୍କୁ ମନୋନୀତ କରିଛି କଂଗ୍ରେସ । ସେହିଭଳି ୩ ନମ୍ବର ୱାର୍ଡ ପାଇଁ ସୁକାନ୍ତି ଜେନା, ୪ ନମ୍ବର ୱାର୍ଡ ପାଇଁ ସୁକାନ୍ତି ଜେନା, ୬ ନମ୍ବର ୱାର୍ଡ ପାଇଁ ସୁଜିତ କୁମାର ସାହୁ, ୭ ନମ୍ବର ୱାର୍ଡ ପାଇଁ ମନୋଜ କୁମାର ମହାପାତ୍ର, ୧୦ ନମ୍ବର ୱାର୍ଡ ପାଇଁ ଶ୍ରୀଧର ବଳିଆର ସିଂ, ୧୩ ନମ୍ବର ୱାର୍ଡ ପାଇଁ ଶୈଳବାଳା ମହାପାତ୍ର, ୧୪ ନମ୍ବର ୱାର୍ଡ ପାଇଁ ସୁପ୍ରିୟା ମହାପାତ୍ର, ୧୫ ନମ୍ବର ୱାର୍ଡ ପାଇଁ ଲିପ୍ସା ମହାନ୍ତି, ୧୬ ନମ୍ବର ୱାର୍ଡ ପାଇଁ ନଗ୍ମା ଖାତୁନଙ୍କୁ ମନୋନୀତ କରିଛି କଂଗ୍ରେସ ।