ଓଡିଶା

odisha

ETV Bharat / city

'ପଞ୍ଚାୟତ ନିର୍ବାଚନ ପାଇଁ ପୁନର୍ଗଠନ ହୋଇନି କଂଗ୍ରେସ'

ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରମୁଖ ବିରୋଧି ବିଜେପି କଡା ଟକ୍କର ଦେବାକୁ ଅଣ୍ଟା ଭିଡ଼ି ସାରିଲାଣି । ଅଧିକ ପଢ଼ନ୍ତୁ...

By

Published : Aug 4, 2021, 9:34 PM IST

Congress restruction yet not done for panchayat elections in odisha
ପଞ୍ଚାୟତ ନିର୍ବାଚନ ପାଇଁ ପୁନର୍ଗଠନ ହୋଇନି କଂଗ୍ରେସ

ଭୁବନେଶ୍ବର:ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରମୁଖ ବିରୋଧି ବିଜେପି କଡା ଟକ୍କର ଦେବାକୁ ଅଣ୍ଟା ଭିଡ଼ି ସାରିଲାଣି । ସାଂଗଠନିକ ଘର ସଜଡ଼ା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ କଂଗ୍ରେସ କେଉଁଠି ନା କେଉଁଠି ପଛରେ ପଡ଼ିଗଲା ଭଳି ମନେ ହେଉଛି |

'ପଞ୍ଚାୟତ ନିର୍ବାଚନ ପାଇଁ ପୁନର୍ଗଠନ ହୋଇନି କଂଗ୍ରେସ'

ଏପର୍ଯ୍ୟନ୍ତ ପିସିସି କମିଟି ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରିନାହିଁ । ଯଦିଓ ତୃଣମୂଳ ସ୍ତରରେ କଂଗ୍ରେସ ପଞ୍ଚାୟତ, ବ୍ଲକ, ଜିଲ୍ଲା, ଯୁବ, ଛାତ୍ର, ମହିଳା ଛାମୁଆ ସଂଗଠନକୁ ସଜାଡ଼ି ନବକଳେବର କରିଥିଲେ ସୁଦ୍ଧା ପିସିସି ମୂଳ କମିଟି ଏପର୍ଯ୍ୟନ୍ତ ଆସିପାରି ନାହିଁ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କେବେ ପିସିସିର କମିଟି ଚୂଡ଼ାନ୍ତ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପିସିସି ମୁଖ୍ୟ ପରିବର୍ତ୍ତନ ହେବ କି ନାହିଁ ତା ଉପରେ ମଧ୍ୟ ସଭିଁଙ୍କ ନଜର ରହିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ଆଗକୁ ବଢିବ ନା ନବକଳେବର ନାଁରେ ପିସିସିକୁ ନୂଆ କ୍ୟାପଟେନ ମିଳିବ, ତାହାକୁ ନେଇ ନାନା ଆକଳନ କରାଯାଉଛି ।

ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ ଅସୁସ୍ଥତା କାରଣରୁ ପିସିସି କମିଟି ଚୂଡାନ୍ତ ରୂପରେଖ ପାଇଁ ପାଇପାରିନି । ତୃଣମୂଳ ସ୍ତରରେ ସଂଗଠନ ଏବେ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି । ଖୁବଶୀଘ୍ର ପିସିସି କମିଟି ଘୋଷଣା ହେବା ନେଇ କହିଛନ୍ତି କଂଗ୍ରେସ ତୁଙ୍ଗ ନେତା ।


ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details