ଓଡିଶା

odisha

ETV Bharat / city

Star Campaigner: କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ପ୍ରସାଦ

କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ଦେଲା କଂଗ୍ରେସ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସମିଟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Feb 15, 2022, 1:05 PM IST

Star Campaigner: ଷ୍ଟାର୍ ପ୍ରଚାରକ ତାଲିକାରୁ ବାଦ ହେଲେ ପ୍ରସାଦ
Star Campaigner: ଷ୍ଟାର୍ ପ୍ରଚାରକ ତାଲିକାରୁ ବାଦ ହେଲେ ପ୍ରସାଦ

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର)ଠୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଚଳିତ ଥର ପ୍ରଚାର ଓ ରାଲିକୁ କୋରୋନା ସଂକ୍ରମଣ ଦୃଷ୍ଟିରୁ ବାରଣ କରାଯାଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର କରୁଛନ୍ତି । ତେବେ ପ୍ରସାଦ ହରିଚନ୍ଦନଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଛି । ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Star Campaigner: କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ପ୍ରସାଦ

ଏହି ପ୍ରସଙ୍ଗରେ ନିରଞ୍ଜନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯିଏ ପ୍ରଚାର କରିବ ତାଙ୍କ ନାଁ ତାଲିକାରେ ଅଛି । ସେ ତ ଆସନ୍ତିନି । ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ସେ ପ୍ରେସମିଟରେ କାହିଁକି କାନ୍ଦିଲେ ତାର ଜବାବ ନିର୍ବାଚନ ପରେ ଦିଆଯାଇପାରେ ବୋଲି କହିଛନ୍ତି ନିରଞ୍ଜନ । ତେବେ ସୂଚନା ଥାଉ କି ଗତ ଜାନୁଆରୀ ୨୭ ତାରିଖରେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏକ ପ୍ରେସମିଟ କରିଥିବା ବେଳେ ସେଥିରେ କାନ୍ଦିଥିବା ଦେଖିବାକୁ ମିଳିଥିଲା । ଏହାସହ ୨୦୨୪ରେ ସେ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଥିଲେ ।

ଏହା ବି ପଢନ୍ତୁ: PCରେ କାନ୍ଦିଲେ ପ୍ରସାଦ: କହିଲେ ମୁଁ ବେପାରୀ ନୁହେଁ ଯେ ଡିଲ୍‌ କରିବି

ଏହାସହ ଦଳରେ ରହିବେ ଏବଂ ଦଳ ପାଇଁ ପ୍ରଚାର କରିବେ ବୋଲି କହିବା ସହ ବିଜେଡି ଓ ବିଜେପିରେ ସାମିଲ ହେବା ଖବରକୁ ଗୁଜବ କହିଛନ୍ତି ପ୍ରସାଦ । ସତ୍ୟବାଦୀରୁ କଂଗ୍ରେସର କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ ନ କରିବା ନେଇ ପ୍ରସାଦ ବିଜେଡି ସହ ଡିଲ୍ କରିଥିବା ପ୍ରସଙ୍ଗରେ ପରୋକ୍ଷରେ ସେ ପିସିସି ସଭାପତିଙ୍କୁ କଟାକ୍ଷ କରିଥିଲେ ଏବଂ ବ୍ୟବସାୟୀ ନୁହେଁ ଯେ ଡିଲ୍‌ କରିବେ ବୋଲି କହିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details