ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ନବୀନ - ବିଜେଡି ଷ୍ଟାର ପ୍ରଚାରକ ତାଲିକା
16:48 April 02
ପିପିଲି ଉପନିର୍ବାଚନ, ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ନବୀନ
ଭୁବନେଶ୍ବର: ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା । ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଓ ବରିଷ୍ଠ ବିଧାୟକ । ପିପିଲି ଗଡ଼ ଜଗିବାକୁ 4 ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେବା ପରେ ଆଜି(ଶୁକ୍ରବାର) ଷ୍ଟାର୍ ପ୍ରଚାରକ ତାଲିକା ଜାରି କରିଛି ବିଜେଡି ।
ଉପନିର୍ବାଚନ ପ୍ରଚାର ମଙ୍ଗ ଧରିବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚାରରେ ତାଙ୍କୁ ସାଥ ଦେବେ ରାଜ୍ୟ କ୍ୟାବିନେଟର ମନ୍ତ୍ରୀ, ହେଭିୱେଟ ସାଂସଦ ଓ ବିଧାୟକ । ପ୍ରଚାର ମଇଦାନରେ ରହିବେ ବିଜେଡି ସଂଗଠନର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା । ପାରିବାରିକ ହିଂସା ଓ ପତ୍ନୀ ନିର୍ଯ୍ୟାତନା ମାମଲାରେ ଛନ୍ଦି ହୋଇପଡିଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବାଲେଶ୍ଵର ଓ ତ୍ରିତୋଲ ପରି ପିପିଲି ଷ୍ଟାର୍ ପ୍ରଚାରକ ଲିଷ୍ଟରୁ ବାଦ ପଡିଛନ୍ତି । ଧୀରେ ଧୀରେ ତାଙ୍କ ସ୍ଥାନ ନେଉଛନ୍ତି ଅଭିନେତାରୁ ନେତା ହୋଇଥିବା ଅରିନ୍ଦମ ରାୟ ଓ ଆକାଶ ଦାସନାୟକ । ଅନ୍ୟପଟେ ପୂର୍ବ ଉପନିର୍ବାଚନରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ନେତାଙ୍କୁ ବାଦ ଦେଇ ନୂଆ ନେତାଙ୍କୁ ସାମିଲ କରାଯାଇଛି ।
ନଜର ପକାନ୍ତୁ ବିଜେଡିର ଷ୍ଟାର୍ ପ୍ରଚାରକ ତାଲିକା ଉପରେ
1- ନବୀନ ପଟ୍ଟନାୟକ, ବିଜେଡି ସଭାପତି
2- ପ୍ରଣବ ପ୍ରକାଶ ଦାସ, ସଂଗଠନର ସାଧାରଣ ସମ୍ପାଦକ
3- ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ ହେର୍ଡ଼କ୍ୱାଟର
4- ମହେଶ୍ବର ମହାନ୍ତି
5- ପିନାକୀ ମିଶ୍ର, ସାଂସଦ
6- ଦେବୀ ପ୍ରସଦ ମିଶ୍ର
7- ପ୍ରତାପ ଦେବ, ବିଧାୟକ
8- ଅତନୁ ସବ୍ୟସାଚୀ ନାୟକ, ବିଧାୟକ
9- ନିରଞ୍ଜନ ପୂଜାରୀ, ମନ୍ତ୍ରୀ
10- ପ୍ରମିଳା ମଲ୍ଲିକ, ସରକାରୀ ଦଳ ସଚେତକ
11- ଅଶୋକ ପଣ୍ଡା, ମନ୍ତ୍ରୀ
12- ସମୀର ଦାସ, ମନ୍ତ୍ରୀ
13- ସୁଶାନ୍ତ ସିଂ, ମନ୍ତ୍ରୀ
14- ନବକିଶୋର ଦାସ, ମନ୍ତ୍ରୀ
15- ଚନ୍ଦ୍ର ସାରଥୀ ବେହେରା
16- ଟୁକୁନି ସାହୁ, ମନ୍ତ୍ରୀ
17- ସ୍ନେହାଙ୍ଗିନୀ ଛୁରିଆ, ସଭାନେତ୍ରୀ
18- ତୁସାରକାନ୍ତି ବେହେରା, ମନ୍ତ୍ରୀ
19- ମୁନା ଖାଁ, ସାଂସଦ
20- ପ୍ରୀତିରଞ୍ଜନ ଘଡେଇ, ବିଧାୟକ
21- ପ୍ରଣବ ବଲବନ୍ତରାୟ, ବିଧାୟକ
22- ସୁଧୀର କୁମାର ସାମଲ, ବିଧାୟକ
23- ବ୍ୟୋମକେଶ ରାୟ, ସଭାପତି, ବିଜୁ ଯୁବ ଜନତା ଦଳ
24- ଉମାକାନ୍ତ ସାମନ୍ତରାୟ, ବିଧାୟକ
25- ଅନନ୍ତ ନାରାୟଣ ଜେନା, ବିଧାୟକ
26- ବିଭୁତି ବଲବନ୍ତରାୟ
27- ରାଜେନ୍ଦ୍ର ସାହୁ
28 - ଦେବୀ ପ୍ରସାଦ ତ୍ରିପାଠୀ, ସଭାପତି, ବିଜୁ ଛାତ୍ର ଜନତା ଦଳ
29- ଅରିନ୍ଦମ ରାୟ
30- ଆକାଶ ଦାସ ନାୟକ